ଆସିଲା ରାଉରକେଲା ଆସିଷ୍ଟାଂଟ କଲେକ୍ଟରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ଉଲ୍ଲେଖ

159

କନକ ବ୍ୟୁରୋ: ଆସିଲା ରାଉରକେଲା ଆସିଷ୍ଟାଂଟ୍ କଲେକ୍ଟର ସସ୍ମିତା ମିଂଜଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପାଣିରେ ବୁଡି ଶ୍ୱାସରୁଦ୍ଧ ହୋଇ ସସ୍ମିତାଙ୍କ ମୃତ୍ୟୁ ହୋଇଥିବା ପାଷ୍ଟମର୍ଟମ୍ ରିପୋର୍ଟରେ ଉଲ୍ଲେଖ ହୋଇଛି । ହେଲେ ଏଥିରୁ ସସ୍ମିତାଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ପାରି ନାହିଁ । ଏବେ ବି ରହସ୍ୟଘେରରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା । ସେପଟେ ସାମ୍ନାକୁ ଆସିଛି ସସ୍ମିତା ରହୁଥିବା ହୋଟେଲ ରାଧିକା ରିଜେନ୍ସିର ସିସିିଟିଭି ଫୁଟେଜ୍ । ମୃତ୍ୟୁ ଦିନ ସକାଳ ୮ଟା ୫୫ରେ ହୋଟେଲରୁ ବାହାରି ଯାଇଥିଲେ ସସ୍ମିତା । ଏହା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣା ପଡୁଛି । ସିିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ । ଗୁରୁଣ୍ଡିଆ ବିଡିଓ ଓ ସିଡିପିଓଙ୍କୁ ଡାକି ଅଧିକ ପଚରାଉଚରା କରାଯାଇପାରେ । ସୁସ୍ମିତା ମାନସିକ ଚାପରେ ଥିଲେ କି ଓ କେଉଁମାନେ ତାଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରୁଥିଲେ ସେ ନେଇ ବି ପୋଲିସ ଖୋଳତାଡ଼ ଜାରି ରଖିଛି । ଏହାରି ମଧ୍ୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସୁସ୍ମିତା ମିଞ୍ଜଙ୍କ ମୃତଦେହ ନିକଟରୁ ୫ହଜାର ଟଙ୍କା ଓ ଗୋଟିଏ ମୁଦି ଜବତ କରିଛି । ସୁସ୍ମିତାଙ୍କ ମୃତ୍ୟୁ ପରେ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଭୂମିକା ବି ସନ୍ଦେହଘେରକୁ ଆସିଯାଇଛି ।