କନକ ବ୍ୟୁରୋ : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଦର୍ଶାଇବାକୁ ପ୍ରୟାସ ହେଉଛି । ଏପରି ହେଲେ ଜିଲ୍ଲାବାସୀ ବରଦାସ୍ତ କରିବେ ନାହିଁ । ସିବିଆଇ ତଦନ୍ତ ଦାବିରେ ଆଜି ରାଉରକେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା । ସୁସ୍ମିତାଙ୍କୁ ହତ୍ୟା କରାଯାଇଛି ବୋଲି କହି ଆନ୍ଦୋଳନକୁ ଓହ୍ଲାଇଛି ଜେଏମଏମ୍ । ଏହି ମାମଲାରେ ସିବିଆଇ ତଦନ୍ତ ହେବା ଦରକାର ବୋଲି ଦାବି କରିଛି ।

Advertisment

ଏହାସହ ସୁସ୍ମିତାଙ୍କ ପରିବାର ଲୋକେ ଯେଉଁ ୫ ଜଣଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ଜିଏମଏମ ପ୍ରଶ୍ନ କରିଛି । ସେହିପରି ମୃତ ଏଏସଆଇ ଏଲିଶା ତଦନ୍ତ କରିବାକୁ ଯାଇ ଭିଡରେ ଠେଲାପେଲାର ଶିକାର ହେଉଥିବା ବେଳେ ପାଖରେ ଉପସ୍ଥିତ ଥିବା ଅନ୍ୟ ଜଣେ ପୋଲିସ ଅଧିକାରୀ କଣ କରୁଥିଲେ ବୋଲି ପ୍ରଶ୍ନ କରିଛି ଜେଏମଏମ ।

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ ମୃତ୍ୟୁ ମାମଲାରେ ହୋଟେଲ ଅନୁରାଗ ମ୍ୟାନେଜରଙ୍କୁ ଜେରା । ଗୁରୁଦ୍ୱାର ରୋଡରେ ରହିଛି ଏହି ହୋଟେଲ । ମ୍ୟାନେଜର ଦିନେଶ ରାଏଙ୍କୁ ଜେରା କରିଛନ୍ତି ଏଚଆରପିସି ଡିଏସରି ବନିତା ମାଝୀ । ଧାରା ୧୬୧ ଅନୁଯାୟୀ ହୋଟେଲ ମ୍ୟାନେଜରଙ୍କ ବୟାନ ରେକର୍ଡ ହୋଇଛି । ହୋଟେଲ ରାଧିକା ଏଜେନ୍ସିରେ ସହକାରୀ ଜିଲ୍ଲପାଳ ଥିବା ସମୟରେ ସେନସୋରୀ ପାର୍କରୁ ତାଙ୍କ ମୃତ ଦେହ ଉଦ୍ଦାର ହୋଇଥିଲା । ତେବେ ଏହା ପୂର୍ବରୁ ହୋଟେଲ ଅନୁରାଗର ୨୦୫ ନମ୍ବର ରୁମରେ ସୁସ୍ମିତା ରହିଥିଲେ ବୋଲି ଜଣାପଡିଛି । ଆଉ ଏହି ହୋଟେଲରୁ ଅନେକ କିଛି ପ୍ରମାଣ ମିଳିଥିବା ସୂଚନା ଦେଇଛନ୍ତି ଏସପି ମିତ୍ରଭାନୁ ମହାପାତ୍ର ।

ସୁସ୍ମିତା ରାଧିକା ହୋଟେଲରୁ ବାହାରୁଥିବାର ଭିଡିଓ ଫୁଟେଜ ସାମ୍ନାକୁ ଆସିଥିଲା । ଆଉ ଏହାପରେ ସେ ହୋଟେଲକୁ ଫେରିନଥିଲେ । ତେବେ ସେ ନିଜ ଇଚ୍ଛାରେ ହୋଟେଲ ବାହାରକୁ ଯାଇଥିଲେ ନା କିଏ ଡାକିଥିଲେ ତାହା ଏବେ ସନ୍ଦେହ ଘେରରେ ରହିଛି । ମାନସିକ ଅବସାଦରେ ସୁସ୍ମିତା ରହିଥିଲେ ବୋଲି ଜିଲ୍ଲାପାଳ ଏକ ବୈଠକରେ କହିଥିଲେ । ଯଦିଓ ସୁସ୍ମିତା ଆତ୍ମହତ୍ୟା କରିଛନ୍ତି ପୋଲିସ କହିଛି କିନ୍ତୁ ସୁସ୍ମିତାଙ୍କ ଭାଇ ସନ୍ଦୀପ ହତ୍ୟା ଅଭିଯୋଗ ଆଣିଛନ୍ତି । ମର ଶରୀରରେ ପୋଡା ଦାଗ ଥିବାରୁ ସେ ଏପରି ସନ୍ଦେହ କରିଛନ୍ତି । ଅନ୍ୟପଟେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିଛି । ସ୍ଥାନୀୟ ଆଦିବାସୀ ନେତା ଓ ତାଙ୍କ ପରିବାର ଲୋକେ ସିବିଆଇ ତଦନ୍ତ ଦାବି କରିଛନ୍ତି ।