କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ରାଉରକେଲାର ଆସିଷ୍ଟାଂଟ କଲେକ୍ଟର । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମନୋରଞ୍ଜନ ନାୟକଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ରାଉରକେଲା କାର୍ଯ୍ୟାଳୟ, ଛେଣ୍ଡ କଲୋନୀ, କଳିଙ୍ଗ ବିହାର ସ୍ଥିତ ଦୁଇଟି ବାସଭବନ, ଭୁବନେଶ୍ୱର ସ୍ଥିତ ଗୋଠପାଟଣା ଏବଂ ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଭିଜିଲାନ୍ସ ଡିଭିଜନ ପକ୍ଷରୁ ଏହି ଚଢ଼ାଉ ହେଉଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ।

Advertisment

ଭିଜିଲାନ୍ସ ବିଭାଗର ସମୁଦାୟ ୩୫ରୁ ଉର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି । ଏଡିଏମ ଅଫିସ ରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗଦେବା ପୂର୍ବରୁ ମନୋରଞ୍ଜନ ରାଉରକେଲା ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଏବଂ ତା' ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ରାଉରକେଲା ସରକାରୀ ହସ୍ପିଟାଲ ଓ ପାନପୋଷ ଉପଖଣ୍ଡ ହସ୍ପିଟାଲରେ କାର୍ଯ୍ୟ କରିଥିଲେ । ଅଦ୍ୟାବଧି କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ ।