ରାଉରକେଲା ଏଏସଆଇ ଲୁଗୁନଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ସିବିଆଇ ତଦନ୍ତ ପାଇଁ ଦାବି

92

କନକ ବ୍ୟୁରୋ: ରାଉରକେଲା ଏଏସଆଇ ଆଲିସ ନରୀମ ଲୁଗୁନଙ୍କ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ଲୁଗୁନ୍ଙ୍କ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ପୋଲିସ ତଦନ୍ତରେ ପ୍ରଶ୍ନ ଉଠାଇବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ।

ଅକ୍ଟୋବର ୧ରେ ଡ୍ୟୁଟିରେ ଥିବା ସମୟରେ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ହୋଇଥିଲା । ହେଲେ ପୋଲିସ ପକ୍ଷରୁ ଦିଆଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଅସନ୍ତୁଷ୍ଟ ଅଛନ୍ତି ଏଏସଆଇଙ୍କ ପରିବାର । ଲୁଗୁନ୍ଙ୍କ ଗାଲ ଓ ଦେହରେ କିପରି ଚିହ୍ନ ଆସିଲା ପ୍ରଶ୍ନ ଉଠାଇବା ସହ ତାଙ୍କର କୌଣସି ରୋଗ ନଥିବା କହିଛନ୍ତି । ଏହା ସହ ପରିବାର କହିଛନ୍ତି ଯଦି ଘଟଣା ସ୍ଥଳରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲ ନନେଇ ଥାନ କ’ଣ ପାଇଁ ନିଆଗଲା । ଘଟଣାର ସିବିଆଇ ତଦନ୍ତ କରି ସତ ସାମ୍ନାକୁ ଆସୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଏଏସଆଇଙ୍କ ପରିବାର ।