କ୍ୟାପିଟାଲ ପରେ ରାଉରକେଲାରେ କୁକୁର କାମୁଡା ଇଞ୍ଜେକସନର ସଙ୍କଟ । ଇଞ୍ଜେକସନ ନଥିବାରୁ ଆରଜିଏଚ୍ ମେଡିକାଲ ସମ୍ମୁଖରେ ଧାରଣାରେ ବସିଲେ କୁକୁର କାମୁଡା ରୋଗୀ

Advertisment
କ୍ୟାପିଟାଲ ପରେ ରାଉରକେଲାରେ କୁକୁର କାମୁଡା ଇଞ୍ଜେକସନର ସଙ୍କଟ । ଇଞ୍ଜେକସନ ନଥିବାରୁ ଆରଜିଏଚ୍ ମେଡିକାଲ ସମ୍ମୁଖରେ ଧାରଣାରେ ବସିଲେ କୁକୁର କାମୁଡା ରୋଗୀ

କନକ ବ୍ୟୁରୋ : କେବଳ ସୁନ୍ଦରଗଡ଼ ଜିଲ୍ଳା ନୁହେଁ, ସାରା ରାଜ୍ୟରେ କୁକୁର କାମୁଡ଼ା ଇଞ୍ଜେକସନ୍ ବା ଏଆରଭିର୍ ଘୋର ସଙ୍କଟ ଦେଖା ଦେଇଛି। ରାଜ୍ୟରେ ପ୍ରମୁଖ ସରକାରୀ ହସ୍ପିଟାଲର ‘ନିରାମୟ’ କି ଖୋଲା ବଜାରରେ ମଧ୍ୟ ଏହା ମିଳୁନି। ସଙ୍କଟ ଦୂର ହେବାକୁ ଆହୁରି ପ୍ରାୟ ୨୫ ଦିନ ଲାଗିବ ବୋଲି ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ଗତ ପ୍ରାୟ ମାସେ ହେବ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌ ) ଏଆରଭି ନ ଥିବାରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ରୋଗୀ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ କୁକୁର କାମୁଡ଼ା ରୋଗୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଏଆରଭି ନ ଥିବାରୁ ରାଉରକେଲା ସମେତ ଏହାର ଆଖପାଖରୁ ଆସିଥିବା ପ୍ରାୟ ୫୦ ଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆର୍‌ଜିଏଚ୍‌ ବହିର୍ବିଭାଗ ଆଗରେ ଧାରଣାରେ ବସିଥିଲେ। ନିର୍ଦ୍ଦେଶକ, ଅଧୀକ୍ଷକ ଓ ଉପଅଧୀକ୍ଷକ କାହାରିକୁ ହସ୍ପିଟାଲରେ ନ ପାଇବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପାଟିତୁଣ୍ଡ କରିଥିଲେ। କୁକୁର କାମୁଡ଼ାର ଶିକାର ୨-୩ ଜଣ ଶିଶୁ ଓ ତାଙ୍କ ମା’ମାନେ ବହିର୍ବିଭାଗ ଆଗରେ ଇଞ୍ଜେକ୍ସନ ପାଇଁ କାନ୍ଦିଥିଲେ ମଧ୍ୟ କେହି ସେମାନଙ୍କର ଦୁଃଖ ଶୁଣିନଥିଲେ।

କେବଳ ଆର୍‌ଜିଏଚ୍‌ ନୁହେଁ, ରାଜ୍ୟର ପ୍ରାୟ ସବୁ ପ୍ରମୁଖ ହସ୍ପିଟାଲରେ ଏଆରଭିର୍ ଉପଲବ୍ଧ ନାହିଁ। ତେବେ ୫୦ ଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆର୍‌ଜିଏଚ୍‌ ବହିର୍ବିଭାଗ ଆଗରେ ୨ ଘଣ୍ଟା ଧାରଣାରେ ବସିଥିଲେ ସୁଦ୍ଧା ହସ୍ପିଟାଲ କର୍ତ୍ତୃପକ୍ଷ ନ ଆସି ଲୁଚିବା ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଘଟଣା ସମ୍ପର୍କରେ ନିର୍ଦ୍ଦେଶକ ଡାକ୍ତର ନିହାର ରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଉଲ୍ଲେଖଯୋଗ୍ୟ, କୁକୁର କାମୁଡା ଇଞ୍ଜେକସନ୍ ପାଇଁ ରାଉରକେଲା, ଝାଡ଼ଖଣ୍ଡ, ଛତିଶଗଡର ଅନେକ ଇଲାକା ସମେତ ସୁନ୍ଦରଗଡ଼ର ପ୍ରାୟ ୧୨ରୁ ଅଧିକ ବ୍ଲକର ରୋଗୀ ଏହି ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe