ରାଉରକେଲାରେ ସ୍ତ୍ରୀକୁ ହତ୍ୟା କରି ପୋତି ଦେଇଥିଲା ସୈତାନ ସ୍ୱାମୀ । ଅଭିଯୋଗ ପରେ ମାଟିତଳୁ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ

155

କନକ ବ୍ୟୁରୋ : ରାଉରକେଲାରେ ସୈତାନ ସ୍ୱାମୀର ଜଘନ୍ୟକାଣ୍ଡ । ସ୍ତ୍ରୀର ତଂଟି ଚିପି ନିର୍ମମ ଭାବେ ହତ୍ୟା କରିଛି ଅଭିଯୁକ୍ତ । ବ୍ରାହ୍ମଣୀତରଙ୍ଗ ଥାନା ମୂଷାପାଲି ଗିରିଜାଟୋଲା ନିକଟରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଜୁନ ୧୧ ତାରିଖରେ ସ୍ତ୍ରୀକୁ ହତ୍ୟା ପରେ ପରିବାର ଲୋକ ମିଶି ମୃତଦେହକୁ ପୋତି ଦେଇଥିଲେ । ଘଟଣା ଜଣାପଡ଼ିବା ପରେ ଆଜି ପୋଲିସ, ସାଇଂଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍ ପହଁଚି ମୃତଦେହକୁ ଉଦ୍ଧାର କରିଛନ୍ତି । ମୃତକ ହେଲେ ଫୁଲମତୀ କେରକେଟା । ଫୁଲମତୀଙ୍କ ଭାଇ ଥାନାରେ ଏତଲା ଦେବା ପରେ ମୃତଦେହକୁ ବ୍ୟବଚ୍ଛେଦେ ପାଇଁ ପଠାଇ ତଦନ୍ତ କରୁଛି ପୋଲିସ ।