କନକ ବ୍ୟୁରୋ : ରାଉରକେଲା ପାନପୋଷ ଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ଯାଇ ଜଣଙ୍କର ମୃତ୍ୟୁ ହୋଇଛି । ଛକ ନିକଟରେ ଥିବା ଏକ ମିଠା ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ବିସ୍ଫୋରଣ ଘଟି ଜଳିଯାଇଛି ସମ୍ପୂର୍ଣ୍ଣ ଦୋକାନ । ଏହି ବିସ୍ଫୋରଣରେ ଦୋକାନର ମିଠା ମିସ୍ତ୍ରୀ ଅରୁଣ ଯାଦବଙ୍କ ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀର ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ଶବ ଉଦ୍ଧାର କରିଛନ୍ତି । ଗ୍ୟାସ ଲିକ୍ ହୋଇ ସିଲିଣ୍ଡର ଫାଟିଥିବା ସୂଚନା ମିଳିଥିବା ବେଳେ ରଘୁନାଥପଲ୍ଲୀ ପୁଲିସ ଘଟଣାର ତଦନ୍ତ କରୁଛି ।
ମିଠା ଦୋକାନରେ ବିସ୍ଫୋରଣ : ନିଆଁରେ ପୋଡି ଯାଇ ଜଣଙ୍କର ମୃତ୍ୟୁ
/kanak/media/post_attachments/wp-content/uploads/2022/10/vlcsnap-2022-10-22-14h39m20s678.png)