କନକ ନ୍ୟୁଜ୍ : ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ବିଭିନ୍ନ ଶୈବପୀଠରେ କାଉଡିଆମାନେ ଧାଡି ଲଗାଇଛନ୍ତି । ଶିବମନ୍ତ୍ରରେ ଫାଟିପଡୁଛି ଶୈବପୀଠ । କିନ୍ତୁ ଇତିମଧ୍ୟରେ ସାମ୍ମାକୁ ଆସିଛି ଏକ ଦୁଃଖଦ ଘଟଣା । ରାଉରକେଲାରେ ୪ଜଣ କାଉଡିଆଙ୍କ ପାଇଁ ଏହି ଶ୍ରାବଣ ଯାତ୍ରା ହୋଇଛି ଶେଷ ଯାତ୍ରା । ମାନସିକ ପୂରଣ ପାଇଁ ଯାଉଥିବା ସମୟରେ ୪ ଜଣ କାଉଡିଆଙ୍କୁ ଦଳିଦେଇଛି ଲୌହଦାନବ । /kanak/media/post_attachments/wp-content/uploads/2018/08/rly-river-bridge-300x194.jpg)
ସେମାନେ ରେଳ ସେତୁ ଉପରେ ବ୍ରାହ୍ମଣୀ ନଦୀ ପାର ହେଉଥିବା ବେଳେ ଏକ ଟ୍ରେନ୍ ଆସିଯାଇଥିଲା। ଟ୍ରେନ୍ ଚଢ଼ି ଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ୍)ରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ବରଣ କରିଥିବା କାଉଡିଆମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର କରଯାଇଥିିବା ବେଳେ ଏବେ ବି ତୃତୀୟ ମୃତଦେହଟି ଉଦ୍ଧାର କରାଯାଇ ପାରି ନାହିଁ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଛତିଶଗଡ଼ର ୭ ଜଣ କାଉଡିଆ ଶ୍ରାବଣ ମାସରେ ଜଳଲାଗି କରିବା ପାଇଁ ବେଦବ୍ୟାସ ଆସିଥିଲେ। ତେବେ ସେମାନେ ପାନପୋସ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ଥିବା ରେଳସେତୁରେ ଚାଲିଚାଲି ଯାଉଥିବା ବେଳେ ହଠାତ ଏକ ଟ୍ରେନ୍ ଆସିଯିବାରୁ ଏହି କାଉଡିଆମାନେ କିଛି କରି ପାରି ନଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ କୌଣସି ମତେ ନିଜକୁ ରକ୍ଷା କରିପାରିଥିବା ବେଳେ ୩ ଜଣ ଟ୍ରେନ୍ରେ କଟି ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଥିଲେ । ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ଯେଉଁମାନେ ଟ୍ରେନରେ କଟି ନଦୀକୁ ଖସି ପଡ଼ିଥିଲେ ,ସେମାନଙ୍କ ମଧ୍ୟରୁ ମାତ୍ର ଦୁଇଜଣଙ୍କ ମୃତଦେହ ମିଳି ପାରିଥିବା ବେଳେ ତୃତୀୟ ଜଣକ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/GOVT.jpg)
/kanak/media/post_attachments/wp-content/uploads/2018/08/05-1375693403-sawan-shiv-poojan-601-300x225.jpg)