କନକ ବ୍ୟୁରୋ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲା । ଜେଲ ଯିବେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ତିହାର ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଲେ ରାଉଜ ଏଭିନ୍ୟୁ କୋର୍ଟ । ଆସନ୍ତା ସେପ୍ଟେମ୍ବର ୧୯ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ତେବେ ସିବିଆଇ ରିମାଣ୍ଡ ଅବଧି ଶେଷ ପରେ ଆଜି କୋର୍ଟରେ ହାଜର ହୋଇଥିଲେ ଚିଦାମ୍ବରମ । କିନ୍ତୁ ଅନେକ ଛକାପଞ୍ଝା ଭିତରେ ଶେଷର ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ଜେଲକୁ ପଠାଇଛନ୍ତି କୋର୍ଟ ।
P Chidambaram files application before Delhi court seeking direction to ensure safe detention while in judicial custody. He also seeks direction for jail authorities to provide adequate security to him. He also seeks direction to provide separate cell with adequate security. https://t.co/Ct7IEbFTc3
— ANI (@ANI) September 5, 2019
ତେବେ ଆଇଏନଏକ୍ସ ମିଡିଆ ମାମଲାରେ ଗତ ୨୧ ତାରିଖରେ ଚିଦାମ୍ବରମଙ୍କୁ ଗିରଫ କରିଥିଲା ସିବିଆଇ । ଏହା ପୂର୍ବରୁ ଆଜି ସୁପ୍ରିମକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିଦେଇଥିଲେ । କିନ୍ତୁ ଦିଲ୍ଲୀ କୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥଲେ । ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ବି ଜାମିନ ଦେଇଥିଲେ କୋର୍ଟ । ତେବେ ଯାଂଚରେ ସହଯୋଗ କରିବାକୁ ପାଇଁ ଉଭୟ ଚିଦାମ୍ବରମ ଓ କାର୍ତ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ରାଉଜ ଏଭିନ୍ୟୁ କୋର୍ଟ ଚିଦାମ୍ବରମଙ୍କୁ ଜେଲକୁ ପଠାଇଛନ୍ତି ।