ସୁ’ ସୁ ପବନ ସାଙ୍ଗକୁ ଗର୍ଜନ କଲାଣି ସମୁଦ୍ର : ମାଡ଼ିଆସୁଛି ବଡ଼ ବଡ଼ ଲହଡ଼ି ; ଅସ୍ତରଙ୍ଗରେ ଲାଗିରହିଛି ବର୍ଷା

415

କନକ ବ୍ୟୁରୋ : ସାମୁଦ୍ରିକ ଝଡ ୟାସ୍ ସ୍ଥଳଭାଗ ଛୁଇଁବା ପୂର୍ବରୁ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଦେଲାଣି । ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଅସ୍ତରଙ୍ଗ କାକଟପୁର ଅଂଚଳରେ ପ୍ରବଳ ବର୍ଷା ହେଉଛି । ସୁଖିଲା ପଡ଼ିଥିବା ଚାଷ ଜମିରେ ପାଣି ଭର୍ତି ହୋଇଯାଇଛି । ସମୁଦ୍ର ଅଶାନ୍ତ ହେବା ସହ ପବନର ବେଗ ଘଂଟା ପ୍ରତି ୫୦ କିଲୋମିଟର ଭାବେ ପ୍ରବାହିତ ହେଉଛି । ଏବେବି ଅସ୍ତରଙ୍ଗରେ ପ୍ରବଳ ବର୍ଷା ହେବା ସହ ପବନ ବହୁଛି । ଲୋକେ ଭୟଭୀତ ଅବସାରେ ଅଛନ୍ତି । ସେହିପରି ସୋର, ଜଗତସିଂହପୁରରେ ମଧ୍ୟ ଜାରି ରହିଛି ବର୍ଷା ।