କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ବରିଷ୍ଠ କ୍ରିକେଟର ରସ୍ ଟେଲର ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଷ୍ଟାର କ୍ରିକେଟର ରସ୍ ଟେଲର । ତେବେ ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହେବ ରସ୍ ଟେଲରଙ୍କ ଶେଷ ଟେଷ୍ଟ ମ୍ୟାଚ୍ । ସେହିପରି ନେରଦଲାଣ୍ଡସ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଟେଲର ଖେଳିବେ ଶେଷ ଦିନିକିଆ ।
Today I'm announcing my retirement from international cricket at the conclusion of the home summer, two more tests against Bangladesh, and six odi’s against Australia & the Netherlands. Thank you for 17 years of incredible support. It’s been an honour to represent my country #234 pic.twitter.com/OTy1rsxkYp
— Ross Taylor (@RossLTaylor) December 29, 2021
ଦୀର୍ଘ ୧୭ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ନିଜ ଦମଦାର ପ୍ରଦର୍ଶନ ଦେଇଆସୁଛନ୍ତି ଟେଲର । ଏଯାଏଁ ସେ ମୋଟ୍ ୧୧୦ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୭,୫୮୪ ରନ ସଂଗ୍ରହ କରିଛନ୍ତି । ସେହିପରି ୨୩୩ଟି ଦିନିକିଆ ମ୍ୟାଚ ଖେଳି ୮,୫୮୧ ରନ୍ ଏବଂ ୧୦୨ଟି ଟି-୨୦ ମ୍ୟାଚ୍ ଖେଳି ୧, ୯୦୯ ରନ୍ ସଂଗ୍ରହ କରିଛନ୍ତି ରସ୍ ଟେଲର । ସେହିପରି ଆଇପିଏଲରେ ସେ ୫୫ଟି ମ୍ୟାଚ୍ ଖେଳିଥିବା ବେଳେ ମୋଟ୍ ୧,୦୧୭ ରନ୍ ସଂଗ୍ରହ କରିଛନ୍ତି ।