ଦେଶରେ ଦିନକରେ ସର୍ବାଧିକ ୨ହଜାର ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ: ୧୧ହଜାର ୯୦୩ମୋଟ୍ ମୃତ୍ୟୁ ସଂଖ୍ୟା; ସେପଟେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫୪ହଜାର ୬୫

2,625

କନକ ବ୍ୟୁରୋ: କରୋନା ସଂକ୍ରମଣରେ ଗତ ୨୪ଘଂଟାରେ ଭାରତରେ ସର୍ବାଧିକ ୨ହଜାର ୩ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୧୧ହଜାର ୯୦୩ରେ ପହଂଚିଛି । ସେପେଟ ଏହି ସମୟରେ ୧୦ ହଜାର ୯୭୪ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୫୪ହଜାର ୬୫ରେ ପହଂଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂୁଚନା ଦିଆଯାଇଛି । ଏହାସହ ଦେଶରେ ୧ଲକ୍ଷ ୫୫ହଜାର ୨୨୭ଟି ସଂକ୍ରୀୟ ମାମଲା ଥିବା ବେଳେ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୮୬ହଜାର ୯୩୫ଜଣ ।

କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ ୫ହଜାର ୫୩୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୧ହଜାର ୮୩୭ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜରାଟରେ ମୃତ୍ୟୁ ସଂଖ୍ୟା ୧ହଜାର ୫୩୩ଥିବା ବେଳେ ତାମିଲନାଡୁରେ ୫୨୮ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ପଶ୍ଚିମବଙ୍ଗରେ ୪୯୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୪୭୬ ଓ ଉତରପ୍ରଦେଶରେ ୪୧୭ଜଣ ପ୍ରାଣ ହରାଇଛନ୍ତି ।