କଳାହାଣ୍ଡିର ଶିଶୁ କଳାକାର ! ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇ ରାଜ୍ୟକୁ ଗୌରବାନ୍ୱିତ କଲେ ରୋଶନ୍ କୁମାର୍

Advertisment
କଳାହାଣ୍ଡିର ଶିଶୁ କଳାକାର ! ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇ ରାଜ୍ୟକୁ ଗୌରବାନ୍ୱିତ କଲେ ରୋଶନ୍ କୁମାର୍

Image Courtesy : http://odishasuntimes.com

କନକ ବ୍ୟୁରୋ : ପୁଣି ଥରେ ଜାତୀୟସ୍ତରରେ ଗୌରବାନ୍ୱିତ ହୋଇଛି ଓଡିଶା । ରାଜ୍ୟ ପାଇଁ ଏହି ଗୌରବ ଆଣିଦେଇଛନ୍ତି କଳାହାଣ୍ଡିର ରୋଶନ ରଣା । ଗାନ୍ଧୀ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ଏହି ଶିଶୁ ଚିତ୍ରଶିଳ୍ପୀ । ସେ ଆଙ୍କିଥିବା ‘ମୋ ସ୍ୱପ୍ନର ସ୍ୱଚ୍ଛ ଭାରତ’ ଶୀର୍ଷକ ଏକ ଆକର୍ଷଣୀୟ ଚିତ୍ର ପାଇଁ ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାର ବାବଦକୁ ରୋଶନଙ୍କୁ ୧ଲକ୍ଷ ଟଙ୍କା ସହ ପ୍ରଶଂସାପତ୍ର ଓ ଅନ୍ୟ ଉପହାର ପ୍ରଦାନ କରାଯାଇଛି।

କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭଙ୍ଗାବାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ର ରୋଶନ। ଏହି ଶିଶୁ ଶିଳ୍ପୀଙ୍କ ଘର ସେହି ଭଙ୍ଗାବାରି ଗାଁରେ। ପିଲାଟି ଦିନରୁ ଚିତ୍ର ଆଙ୍କିବାରେ ରୁଚି ରଖିଛନ୍ତି। ‘ମୋ ସ୍ୱପ୍ନର ସ୍ୱଚ୍ଛ ଭାରତ’ ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବା ପରେ ରାଜ୍ୟ ସ୍ତରରେ ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ।

ସୋମବାର ଗାନ୍ଧୀ ଜୟନ୍ତୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଜାତୀୟସ୍ତରରେ ଏହିଭଳି ପୁରସ୍କାର ଲାଭ କରିବାରେ ରୋଶନ ସର୍ବ କନିଷ୍ଠ ଚିତ୍ରଶିଳ୍ପୀ ଅଟନ୍ତି ବୋଲି ଜଣାପଡ଼ିଛି। ଏହି ଖବର ପ୍ରସାରିତ ହେବା ମାତ୍ରେ କଳାହାଣ୍ଡି ଜିଲ୍ଲା ସାରା ଖୁସିର ଲହରୀ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe