ଗୋଲାପ ଦିବସର ଅଭିନନ୍ଦନ : ହଳଦିଆ , କମଳା ,ଧଳା ରଙ୍ଗର ଗୋଲାପ ଭିତରେ ଆଜି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଲାଲ୍ ଗୋଲାପ । 

1,074

ଆଜି ଠାରୁ ଆରମ୍ଭ ହୋଇଯାଇଛି ପ୍ରେମୀଯୁଗଳଙ୍କ ପାଇଁ ପ୍ରେମ ସପ୍ତାହ । ଫେବୃଆରୀ ୭ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ଆଗାମୀ ୧୪ ତାରିଖ ପର୍ୟ୍ୟନ୍ତ ଚାଲିବ । ପ୍ରେମ ସପ୍ତାହର ପ୍ରଥମ ଦିନ ହେଉଛି ‘ରୋଜ୍ ଡେ’ ବା ଗୋଲାପ ଦିବସ । କୁହାଯାଏ ଗୋଲାପ ହେଉଛି ପ୍ରେମର ପ୍ରତୀକ । ଏଥିସହ ସମ୍ପର୍କ ଦୃଢ କରିବା ପାଇଁ ଫୁଲର ମହତ୍ୱ ଅଧିକ । ତେଣୁ ପ୍ରେମ ସପ୍ତାହର ଆରମ୍ଭ ଏହି ରୋଜ୍ ଡେ ବା ଗୋଲାପ ଦିଆ ନିଆରୁ ଆରମ୍ଭ ହୁଏ । ତେବେ ଖାଲି ଲାଲ୍ ନୁହଁ ଅନେକ ରଙ୍ଗର ଗୋଲାପ ଫୁଲର କିଛି ଭିନ୍ନ ଅର୍ଥ ଏବଂ ମହତ୍ତ୍ୱ ରହିଛି । ଆସନ୍ତୁ ଗୋଲାପ ଦିବସ ଅବସରରେ ବିଭିନ୍ନ ରଙ୍ଗର ଗୋଲାପ ଫୁଲର ରଙ୍ଗର ମହତ୍ତ୍ୱ ବିଷୟରେ ଜାଣିବା ।

ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ । କୌଣସି ସ୍ଥାନରେ ଆମେ ଯଦି ବନ୍ଧୁତ୍ୱର ସମ୍ପର୍କକୁ ଆରମ୍ଭ କରିବାକୁ ଚାହିଁବା, ତେବେ ଆମେ ହଳଦିଆ ଗୋଲାପ ଦେଇ ଏହି ସମ୍ପର୍କକୁ ଆରମ୍ଭ କରିବା ପୂର୍ବରୁ ମଜବୁତ କରିପାରିବା । ରୋଗରେ ପଡିଥିବା ଲୋକର ଆରୋଗ୍ୟ କାମନା କରିବା ପାଇଁ ମଧ୍ୟ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଆଯାଇଥାଏ ।

ଧଳା ରଙ୍ଗର ଗୋଲାପକୁ କୌଣସି ସମ୍ପର୍କର ଆରମ୍ଭ ବୋଲି ବିଚାର କରାଯାଇଥାଏ । ସରଳତା ଓ ଶୁଦ୍ଧତାର ପ୍ରତୀକ ଭାବରେ ଧଳା ଗୋଲାପକୁ ବ୍ୟବହାର କରାଯାଏ । ଏହାବ୍ୟତିତ ଆମେ ଯଦି କାହା ବିଷୟରେ ଭାବୁଥିବା ତାଙ୍କୁ ମଧ୍ୟ ଧଳା ଗୋଲାପ ଦେଇପାରିବା ।

କମଳା ରଙ୍ଗର ଗୋଲାପର ମଧ୍ୟ ନିଜସ୍ୱ କିଛି ଗୁଣ ରହିଛି । ଏହି ରଙ୍ଗର ଗୋଲାପକୁ ଉତ୍ସାହର ପ୍ରତୀକ ଭାବରେ ବ୍ୟବହାର କରାଯାଏ ।

ଲାଲ ରଙ୍ଗର ଗୋଲାପ ତ ସମସ୍ତଙ୍କ ପ୍ରିୟ । ପ୍ରେମର ପ୍ରତୀକ ହେଉଛି ଲାଲ୍ ଗୋଲାପ । ପ୍ରେମ ଦିବସ ଅବସରରେ ଯାହାର ଚାହିଦା ଏବଂ ଆବଶ୍ୟକତା ଅନ୍ୟ ରଙ୍ଗର ଫୁଲ ଠାରୁ ଅଧିକ ହୋଇଥାଏ ।