ଆଜି ଠାରୁ ଆରମ୍ଭ ହୋଇଯାଇଛି ପ୍ରେମୀଯୁଗଳଙ୍କ ପାଇଁ ପ୍ରେମ ସପ୍ତାହ । ଫେବୃଆରୀ ୭ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ଆଗାମୀ ୧୪ ତାରିଖ ପର୍ୟ୍ୟନ୍ତ ଚାଲିବ । ପ୍ରେମ ସପ୍ତାହର ପ୍ରଥମ ଦିନ ହେଉଛି ‘ରୋଜ୍ ଡେ’ ବା ଗୋଲାପ ଦିବସ । କୁହାଯାଏ ଗୋଲାପ ହେଉଛି ପ୍ରେମର ପ୍ରତୀକ । ଏଥିସହ ସମ୍ପର୍କ ଦୃଢ କରିବା ପାଇଁ ଫୁଲର ମହତ୍ୱ ଅଧିକ । ତେଣୁ ପ୍ରେମ ସପ୍ତାହର ଆରମ୍ଭ ଏହି ରୋଜ୍ ଡେ ବା ଗୋଲାପ ଦିଆ ନିଆରୁ ଆରମ୍ଭ ହୁଏ । ତେବେ ଖାଲି ଲାଲ୍ ନୁହଁ ଅନେକ ରଙ୍ଗର ଗୋଲାପ ଫୁଲର କିଛି ଭିନ୍ନ ଅର୍ଥ ଏବଂ ମହତ୍ତ୍ୱ ରହିଛି । ଆସନ୍ତୁ ଗୋଲାପ ଦିବସ ଅବସରରେ ବିଭିନ୍ନ ରଙ୍ଗର ଗୋଲାପ ଫୁଲର ରଙ୍ଗର ମହତ୍ତ୍ୱ ବିଷୟରେ ଜାଣିବା ।
ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ । କୌଣସି ସ୍ଥାନରେ ଆମେ ଯଦି ବନ୍ଧୁତ୍ୱର ସମ୍ପର୍କକୁ ଆରମ୍ଭ କରିବାକୁ ଚାହିଁବା, ତେବେ ଆମେ ହଳଦିଆ ଗୋଲାପ ଦେଇ ଏହି ସମ୍ପର୍କକୁ ଆରମ୍ଭ କରିବା ପୂର୍ବରୁ ମଜବୁତ କରିପାରିବା । ରୋଗରେ ପଡିଥିବା ଲୋକର ଆରୋଗ୍ୟ କାମନା କରିବା ପାଇଁ ମଧ୍ୟ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଆଯାଇଥାଏ ।/kanak/media/post_attachments/wp-content/uploads/2020/02/Yellow_Rose_Bouquet_PNG_Picture-289x300.png)
ଧଳା ରଙ୍ଗର ଗୋଲାପକୁ କୌଣସି ସମ୍ପର୍କର ଆରମ୍ଭ ବୋଲି ବିଚାର କରାଯାଇଥାଏ । ସରଳତା ଓ ଶୁଦ୍ଧତାର ପ୍ରତୀକ ଭାବରେ ଧଳା ଗୋଲାପକୁ ବ୍ୟବହାର କରାଯାଏ । ଏହାବ୍ୟତିତ ଆମେ ଯଦି କାହା ବିଷୟରେ ଭାବୁଥିବା ତାଙ୍କୁ ମଧ୍ୟ ଧଳା ଗୋଲାପ ଦେଇପାରିବା ।
କମଳା ରଙ୍ଗର ଗୋଲାପର ମଧ୍ୟ ନିଜସ୍ୱ କିଛି ଗୁଣ ରହିଛି । ଏହି ରଙ୍ଗର ଗୋଲାପକୁ ଉତ୍ସାହର ପ୍ରତୀକ ଭାବରେ ବ୍ୟବହାର କରାଯାଏ ।
ଲାଲ ରଙ୍ଗର ଗୋଲାପ ତ ସମସ୍ତଙ୍କ ପ୍ରିୟ । ପ୍ରେମର ପ୍ରତୀକ ହେଉଛି ଲାଲ୍ ଗୋଲାପ । ପ୍ରେମ ଦିବସ ଅବସରରେ ଯାହାର ଚାହିଦା ଏବଂ ଆବଶ୍ୟକତା ଅନ୍ୟ ରଙ୍ଗର ଫୁଲ ଠାରୁ ଅଧିକ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/ROSE-1.jpg)
/kanak/media/post_attachments/wp-content/uploads/2020/02/42248272-couple-of-lovers-on-a-date-focus-on-young-man-back-who-is-holding-red-rose-while-watching-his-girlfr-300x200.jpg)
/kanak/media/post_attachments/wp-content/uploads/2020/02/49-498564_white-rose-wallpaper-happy-rose-day-with-yellow-300x188.jpg)
/kanak/media/post_attachments/wp-content/uploads/2020/02/yellow-orange-rose-4182549_960_720-300x200.jpg)
/kanak/media/post_attachments/wp-content/uploads/2020/02/jhmn-300x223.jpg)