କନକ ବ୍ୟୁରୋ: ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲ୍ଲାରେ ଘର ଛାତ ଭୁଷୁଡି ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନ ପୂର୍ବରୁ ଉପର ମହଲା ଛାତ ଗ୍ରୀଡିଙ୍ଗ ହୋଇଥିଲା ।

Advertisment

ଘଟଣାର ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ ବି ପରିବାର ଲୋକଙ୍କୁ ବଞ୍ଚାଇପାରିନଥିଲେ । ରାତି ସମୟରେ ପରିବାର ସଦସ୍ୟ ଶୋଇଥିବାବେଳେ ଏଭଳି ଅଘଟଣ ହୋଇଥିବା ସୂଚନା ରହିଛି । ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାସହ କ୍ଷତିଗ୍ରସ୍ତ ହୋଇଥିବା ଘରର ମରାମତି ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି ।