କନକ ବ୍ୟୁରୋ : ଦେଶରେ ପ୍ରଥମଥର ପାଇଁ ଏକ ନୂଆ ରାଜନୀତି ଆରମ୍ଭ ହୋଇଛି । ଦୀର୍ଘଦିନ ଧରି ବିରୋଧୀଦଳମାନେ ମିଡିଆ ଉପରେ ବିଭିନ୍ନ ପ୍ରସଙ୍ଗରେ ଦୋଷ ଲଦୁଥିବା ବେଳେ ଏବେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପ୍ରଥମଥର ପାଇଁ ଭାରତ ଇତିହାସରେ ଏକ ନୂଆ ନିଷ୍ପତ୍ତି ନେଇଛି । ୪ଟି ଜାତୀୟ ଟିଭି ଚ୍ୟାନେଲ ଓ ୧୪ ଜଣ ସାମ୍ବାଦିକଙ୍କୁ ବୟକଟ୍ କରିବାକୁ ଗୁରୁବାର ଦିନ ମେଣ୍ଟ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିରୋଧୀ ମେଣ୍ଟ ଏହିସବୁ ଟିଭି ଚ୍ୟାନେଲ ଓ ଆଙ୍କରମାନେ ସେମାନଙ୍କର ଉତ୍ତେଜନାମୂଳକ ଓ ସଂପ୍ରଦାୟିକ ବିତର୍କ କାର୍ଯ୍ୟକ୍ରମ ପାଇଁ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ମେଣ୍ଟ ତରଫରୁ କୁହାଯାଇଛି କି, ଦେଶର ଜନତାଙ୍କୁ ପ୍ରକୃତ ପ୍ରସଙ୍ଗରୁ ଦୂରେଇ ରଖୁଥିବାରୁ ଏଭଳି ନଷ୍ପତ୍ତି ନିଆଯାଇଛି ।

Advertisment

ମେଣ୍ଟ ତରଫରୁ ବୟକଟ କରାଯାଇଥିବା ଟିଭି ଚ୍ୟାନେଲମାନଙ୍କ ମଧ୍ୟରେ ରହିଛି ଟାଇମ୍ସ ନାଓ, ରିପବ୍ଲିକ ଭାରତ, ସୁଦର୍ଶନ ନ୍ୟୁଜ୍ ଓ ଦୂରଦର୍ଶନ । କଂଗ୍ରେସ ପାର୍ଟି ତରଫରୁ ବୟକଟ୍ କରାଯାଇଥିବା ଟିଭି ଆଙ୍କରଙ୍କର ଏକ ତାଲିକା ପ୍ରକାଶ କରାଯାଇଛି । ଯେଉଁମାନଙ୍କୁ ‘ଇଣ୍ଡିଆ’ ମେଣ୍ଟର କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯିବ ନାହିଁ ଓ ସେମାନେ ଯଦି ଆସନ୍ତି ସେମାନଙ୍କୁ ପ୍ରବେଶ ନିଷେଧ କରାଯିବ । ଏହାସହ ଆମ୍ ଆଦମୀ ପାର୍ଟି ମଧ୍ୟ ବୟକଟ୍ ଆଙ୍କରଙ୍କର ଏକ ତାଲିକା ଜାରି କରିଛି ।

କଂଗ୍ରେସ ନେତା ପୱନ ଖେଡା ଏହି ତାଲିକା ସେୟାର କରି କହିଛନ୍ତି କି ସେପ୍ଟେମ୍ବର ୧୪ ତାରିଖରେ ଇଣ୍ଡିଆ ମେଣ୍ଟର ଗଣମାଧ୍ୟମ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଇଣ୍ଡିଆ ମେଣ୍ଟର ଦଳଗୁଡିକ ଏହି ଆଙ୍କରଙ୍କ ଶୋ ଏବଂ କାର୍ଯ୍ୟକ୍ରମରେ ସେମାନଙ୍କ ପ୍ରତିନିଧୀଙ୍କୁ ପଠାଇବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।
ଇଣ୍ଡିଆ ମେଣ୍ଟ ଦ୍ୱାରା ବୟକଟ୍ କରାଯାଇଥିବା ସାମ୍ବାଦିକଙ୍କ ତାଲିକାରେ ରହିଛନ୍ତି ---

  • ଅଦିତି ତ୍ୟାଗୀ
  • ଅମନ ଚୋପ୍ରା
  • ଅମିଶ ଦେବଗନ
  • ଆନନ୍ଦ ନରସିହ୍ମା
  • ଅର୍ଣ୍ଣବ ଗୋସ୍ୱାମୀ
  • ଅଶୋକ ଶ୍ରୀବାସ୍ତବ
  • ଚିତ୍ରା ତ୍ରିପାଠୀ
  • ଗୌରବ ସାୱନ୍ତ
  • ନଭିକା କୁମାର
  • ପ୍ରାଚୀ ପରସାର
  • ରୂବିକା ଲିୟାକତ
  • ଶିଭ୍ ଆରୋର
  • ସୁଧୀର ଚୌଧୁରୀ
  • ସୁଶାନ୍ତ ସିହ୍ନା