ଭୁବନେଶ୍ୱରରେ ଉଦଘାଟିତ ହେଲା ରୋଜଗାର ମେଳା, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡଙ୍ଗୀ

365

କନକ ବ୍ୟୁରୋ : ଭୁବନେଶ୍ୱର ରେଳ ଅଡିଟୋରିୟମରେ ରୋଜଗାର ମେଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଡାକ ବିଭାଗର ସର୍ବାଧିକ ୮୯, ଭୁବନେଶ୍ୱର ଆଇଆଇଟିରେ ୫୫, ଇଏସଆଇସିରେ ୨୭, ଏସଏଲବିସିରୁ ୨୧ଜଣଙ୍କୁ ନିଯୁକ୍ତି ପତ୍ର ବଂଟନ କରାଯାଇଛି । ଏହିଭଳି ଭାବେ ୯ଟି ବିଭାଗର ମୋଟ ୨୩୯ଜଣ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ରୋଜଗାର ମିଶନ ସର୍ବ ଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ । ଓଡ଼ିଶାରେ ମଧ୍ୟ ଭୁବନେଶ୍ୱର ଓ କଟକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ନିଯୁକ୍ତି ପତ୍ର ବଂଟନ କରାଯାଇଛି । ନିଯୁକ୍ତି ମିଶନ ଦଶ ଲକ୍ଷ ନୂତନ ନିଯୁକ୍ତି ଲକ୍ଷ୍ୟ ରଖିଥିବା ବଳେ ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ଆଜି ପ୍ରାୟ ୭୫ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି ।