ରୋଜା ଅଲ୍ ଦି ବେଷ୍ଟ

34

ରାଉରକେଲା ବ୍ୟୁରୋ ,କନକ ନ୍ୟୁଜ୍ : ପୁଣି ଜାତୀୟ ସ୍ତରର ରିୟଲିଟି ଶୋରେ ଓଡିଆ କଳାକାରଙ୍କ କମାଲ । ଏକ ଘରୋଇ ଚ୍ୟାନେଲର ଡ୍ୟାନ୍ସ ରିୟଲିଟି ଶୋରେ ରାଉରକେଲାର ରୋଜା ପହଂଚିଛନ୍ତି ଟପ୍ ରାଉଣ୍ଡରେ । ଦେଶର ୧୪ ଜଣ ନୃତ୍ୟ ଶିଳ୍ପୀଙ୍କ ଭିତରେ ସେ ତିଆରି କରିପାରିଛନ୍ତି ନିଜ ପାଇଁ ଜାଗା । ଆଉ ଏବେ ତାଜ୍ ଟାର୍ଗେଟରେ ରୋଜା ।

ନ୍ୟାସନାଲ୍ ପ୍ଲାଟଫର୍ମରେ ପୁଣି ଜଣେ ଓଡିଆଙ୍କ ଭାଗ୍ୟ ପରୀକ୍ଷା । ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ଫ୍ୟାନ୍ । ରାଉଲକେଲାର ରୋଜା । ଦେଶର ପ୍ରାୟ ୨ଶହ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦୈାଡୁଛନ୍ତି ତାଜ୍ ପଛରେ । ଏଣ୍ଡ ଟିଭିରେ ଚାଲିଥିବା ଶୋ ଥିଙ୍କ୍ ୟୁ ଡ୍ୟାନ୍ସ ପ୍ରତିଯୋଗୀତାର ଗୋଟିଏ ପରେ ଗୋଟିଏ ରାଉଣ୍ଡକୁ ପାର୍ କରି ଚାଲିଛନ୍ତି ରୋଜା ।
ରାଉଲକେଲାର ରୋଜା । ପୂର୍ବରୁ ଅନେକ ଲୋକପ୍ରିୟ ରିୟାଲିଟି ଶୋରେ ଦେଖାଇ ସାରିଛନ୍ତି ନିଜ ଯାଦୁ । ହେଲେ ଏ ପର୍ଯ୍ୟନ୍ତ ପିନ୍ଧି ପାରିନାହାଁନ୍ତି ବିଜୟ ମୁକୁଟ । ତେଣୁ ଏହି ପ୍ରତିଯୋଗୀତାରେ ତାଜ୍ ପିନ୍ଧିବାକୁ ସେ ଦିନରାତି ଏକ୍ କରି ଦେଇଛନ୍ତି । ସେପଟେ ଝିଅକୁ ଭୋଟ ଦେଇ ବିଜୟୀ କରିବାକୁ ମାଆ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।
ରାଜସ୍ମିତା ,ହରିହର ଓ ପ୍ରିନ୍ସ ଡ୍ୟାନ୍ସଗ୍ରୁପ୍ । ଜାତୀୟସ୍ତରର ଡ୍ୟାନ୍ସ ରିୟାଲିଟି ଶୋ ଏ ଓଡିଆ କଳାକାରଙ୍କ ଜଲୱା ଦେଖିଛି ସାରା ଦେଶ । ଏବେ ଏହି ତାଲିକାରେ ନିଜ ନାଁ ଲେଖାଇବାକୁ ପ୍ରୟାସ କରୁଛନ୍ତି ରାଉଲକେଲାର ରୋଜା ।