ସହିଦ୍ ଯବାନଙ୍କ ଭଉଣୀ ବିବାହରେ ବନ୍ଧୁ ପୂରଣ କଲେ ଭାଇର ଅନୁପସ୍ଥିତି ! ଭଉଣୀର ବିଦାଇ ସମୟରେ ଫୁଲ ବଦଳରେ ବିଛାଇଦେଲେ ହାତ ।

ସହିଦ୍ ଯବାନଙ୍କ ଭଉଣୀ ବିବାହରେ ବନ୍ଧୁ ପୂରଣ କଲେ ଭାଇର ଅନୁପସ୍ଥିତି ! ଭଉଣୀର ବିଦାଇ ସମୟରେ ଫୁଲ ବଦଳରେ ବିଛାଇଦେଲେ ହାତ ।

୨ ବର୍ଷ ତଳେ ଆତଙ୍କବାଦୀଙ୍କ ଗୁଳିବିନିମୟରେ ସହିଦ୍ ହୋଇଥିବା ବିହାର ରୋହତାସ୍ ଅଞ୍ଚଳର ଅଶୋକ ଚକ୍ର ବିଜେତା ବାୟୁସେନାର ଗରୁଡ କମାଣ୍ଡୋ ଜ୍ୟୋତି ପ୍ରକାଶ ନିରାଲାଙ୍କ ଭଉଣୀ ବିବାହରେ ତାଙ୍କ କମାଣ୍ଡୋ ବନ୍ଧୁ ମାନେ ଯେଉଁ ରୀତିନୀତି ଆପଣାଇଛନ୍ତି ତାହା ଏବେ ଉଦାହରଣ ସୃଷ୍ଟି କରିଛି । ସହିଦ୍ ଯବାନଙ୍କ ଭଉଣୀଙ୍କ ବିଦାଇ ସମୟରେ ଯବାନମାନେ ନିଜ ହାତ ବିଛାଇ ଭଉଣୀଙ୍କୁ ହାତରେ ଚାଲି ବାପଘର ଛାଡିବା ପାଇଁ କହିଥିଲେ ।

publive-image

ଏହି ବିବାହ କୌଣସି ସାମାନ୍ୟ ବିବାହ ନଥିଲା । ଅଶୋକ ଚକ୍ର ବିଜେତା ଗରୁଡ କମାଣ୍ଡୋ ସହିଦ୍ ଜ୍ୟୋତି ପ୍ରକାଶ ନିରାଲାଙ୍କ ଭଉଣୀର ଥିଲା । ଯେଉଁଥିରେ ସହିଦ୍ ଯବାନଙ୍କ ଅନେକ ବନ୍ଧୁ ଆସିଥିଲେ । ଭଉଣୀର ବିବାହରେ ନିଜ ଭାଇ ସିନା ନଥିଲା କିନ୍ତୁ ଗୋଟିଏ ଭାଇ ବଦଳରେ ଅନେକ ଭାଇ ଆସି ପହଂଚିଥିଲେ । ବିବାହ ସମୟରେ ଏହି ଭାଇମାନେ ଭଉଣୀର ପାଦକୁ ଭୂମି ତଳେ ଲାଗିବାକୁ ଦେଇନଥିଲେ । ଯେଉଁଠି ଯେଉଁଠି କନିଆର ଗୋଡ ପଡୁଥିଲା ତା ପୂର୍ବରୁ ତା’ର ଯବାନ ଭାଇମାନେ ନିଜ ହାତକୁ ଆଗକୁ ଆଣି ଦେଉଥିଲେ ।

publive-image

ଗରୁଡ କମାଣ୍ଡୋଙ୍କ ହାତରେ ପାଦ ରଖି ଯେତେବେଳେ ଗାଁର କନିଆ ବିଦା ହୋଇଗଲା ସମ୍ପୁର୍ଣ୍ଣ ଗାଁ ଗୌରବାନ୍ୱିତ ହୋଇଗଲା । ସହିଦ୍ ଙ୍କ ଭଉଣୀ ଶଶିକଳା କୁହନ୍ତି ଯେ ବିବାହରେ ଭାଇର ଅନୁପସ୍ଥିତିକୁ ତା ଅନ୍ୟ ଭାଇମାନେ ଅନୁଭବ କରିବାକୁ ଦେଇନାହାନ୍ତି । ଏଭଳି ଗୌରବ ବିଦାଇ ପାଇ ବର ସୁଜିତ୍ କୁମାରଙ୍କ ଆଖିରୁ ମଧ୍ୟ ଅଶ୍ରୁ ବାହାରି ପଡିଥିଲା ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe