ଦିଲ୍ଲୀ-ରୋହତକ୍ ରେଳ ଲାଇନରେ ଦୁର୍ଘଟଣା । ଖରାୱଡ ଷ୍ଟେସନରେ ଲେଉଟିଲା ମାଲବାହୀ ଟ୍ରେନ୍

115

କନକ ବ୍ୟୁରୋ: ହରିୟାଣାର ରୋହତକ୍ ସ୍ଥିତ ଖରାୱଡ୍ ରେଲୱେ ଷ୍ଟେସନ୍ ପାଖରେ ବଡ ଧରଣର ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ, ଏକ ମାଲବାହୀ ଟ୍ରେନର ୮ଟି ଡବା ଟ୍ରାକରୁ ଓଲଟିପଡିଛି । ଫଳରେ ଦିଲ୍ଲୀ- ରୋହତକ୍ ରେଲୱେ ଟ୍ରାକରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏଯାଏଁ ଦୁର୍ଘଟଣାର କାରଣ ଜଣାପଡିନି ।

ଟ୍ରାକରୁ ରେଳ ଡବା ଗୁଡିକୁ କଢାଯିବା ପରେ ରେଳ ଚଳାଚଳ ପାଇଁ ଯାହା ସମୟ ଧାର୍ଯ୍ୟ କରାଯାଇଛି ସେ ନେଇ ରେଳ ବିଭାଗ ସୂଚନା ଜାରି କରିଛି ।