ହରିୟାଣା ଝିଅଙ୍କ ବଡ଼ ସଫଳତା । ରୋହତକ ଜିଲ୍ଲାର ସିମରନ୍ ନାମକ ଜଣେ ଯୁବତୀ ଆଇଆଇଟି ପରୀକ୍ଷାରେ ୯୯.୪୭ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି। ଏହି ଖବର ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି । ତେବେ ହସଖୁସିର ମାହୋଲ୍ ଭିତରେ ସିମରନଙ୍କ ପିତା ନିଜର ଅତୀତକୁ ନେଇ ଏକ ବଡ ଖୁଲସା କରିଛନ୍ତି।
ସୂଚନାଯୋଗ୍ୟ, ରୋହତକର ହସନଗଡ ଗ୍ରାମରେ ରହୁଥିବା ସିମରନଙ୍କ ପିତା ଶ୍ରୀନିବାସ ନିଜ ଝିଅର ସଫଳତାରେ ଖୁବ୍ ଖୁସି ହେବା ସହ ଗର୍ବ ଅନୁଭବ କରୁଛନ୍ତି । କିନ୍ତୁ ଅତୀତରେ କରିବାକୁ ଯାଉଥିବା ଏକ ବଡ଼ ଭୁଲ୍ କୁ ସେ ସମସ୍ତଙ୍କ ଆଗରେ କହିଛନ୍ତି । ବିବାହର କିଛି ବର୍ଷ ପରେ ତାଙ୍କର ୨ ଟି କନ୍ୟାସନ୍ତାନ ହୋଇଥିଲେ ଏବଂ ସ୍ତ୍ରୀ ତୃତୀୟଥର ପାଇଁ ଗର୍ଭବତୀ ଥିଲେ । ପରିବାରରେ ତୃତୀୟ ସନ୍ତାନ ଝିଅ ହେଉ ବୋଲି କେହି ଚାହୁଁ ନଥିଲେ । ତେଣୁ ଚାପବଶତଃ ସେ ସ୍ତ୍ରୀଙ୍କ ଗର୍ଭପାତ କରାଇବାକୁ ଚାହୁଁଥିଲେ । କିନ୍ତୁ ସାହିପଡିଶା ଲୋକଙ୍କ ବୁଝାଇବା ପରେ ସ୍ତ୍ରୀ ସନ୍ତାନକୁ ଜନ୍ମ ଦେଇଥିଲେ ଏବଂ ତୃତୀୟଥର ବି କନ୍ୟାସନ୍ତାନର ବାପା ହୋଇ ସେ ଦୁଃଖରେ ଥିଲେ ।
କିନ୍ତୁ ବର୍ତ୍ତମାନ ସେ ନିଜ ଝିଅ ପାଇଁ ଗାଁ ଦାଣ୍ଡରେ ଛାତିଫୁଲାଇ ଚାଲୁଥିବା କଥା କୁହନ୍ତି । ମେଧାବୀ ସିମରନ ଦଶମ ବୋର୍ଡ ପରୀକ୍ଷାରେ ରାଜ୍ୟରେ ଟପ୍ ଟେନରେ ସ୍ଥାନ ପାଇଥିଲେ । ଏହାପରେ ହରିୟାଣା ସରକାର ସୁପର ୧୦୦ ସ୍କିମ ଆଣିଥିଲେ। ଏଥିରେ ପାଠପଢି ସିମରନ୍ ଆଇଆଇଟି ଜେଇଇ ପରୀକ୍ଷା ଦେଇ ପାସ୍ କରିଥିଲେ । ସିମରନ ଦେଶର ଏକ ପ୍ରତିଷ୍ଠିତ ଆଇଆଇଟିରେ କମ୍ପ୍ୟୁଟର ବିଜ୍ଞାନରେ ଇଞ୍ଜିନିୟରିଂ କରନ୍ତୁ ବୋଲି ପରିବାର ଲୋକ ଆଶା ରଖିଛନ୍ତି । ପରୀକ୍ଷାରେ ସିମରନ ମୋଟ ୯୯.୪୭ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିପାଇଁ ପରିବାର ପକ୍ଷରୁ ହରିୟାଣା ସରକାରଙ୍କ ସୁପର ୧୦୦ ସ୍କିମକୁ ଧନ୍ୟବାଦ୍ ଜଣାଇଛନ୍ତି । କାରଣ ଏହି ସ୍କିମ୍ ଜରିଆରେ ହିଁ ସିମରନ୍ ରେବଡ଼ିରେ ଜେଇଇ ପରୀକ୍ଷା ପାଇଁ କୋଚିଂ ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/JHIA.jpg)
/kanak/media/post_attachments/wp-content/uploads/2020/01/ihtgj-300x207.png)
/kanak/media/post_attachments/wp-content/uploads/2020/01/cdsdc-300x209.png)
/kanak/media/post_attachments/wp-content/uploads/2020/01/fvddddddddddd-300x206.png)