ଜଳଖିଆ ଦୋକାନର ପରିଚିତ ଠିକଣା । କଟକର ଚକୁଳି ମାଉସୀ ଓ ରଘୁ ଦହିବରାକୁ ଏକାଠି କଲେ ବ୍ଳଗର ରୋହିତ ଶ୍ରୀବାସ୍ତବ, ରଘୁ ମଉସାଙ୍କୁ ଭେଟି ଚକୁଳି ଦେଲେ ଅନ୍ନପୂର୍ଣ୍ଣା ମାଉସୀ ।

279

କନକ ବ୍ୟୁରୋ: କଟକର ଅନ୍ନପୂର୍ଣ୍ଣ ମାଉସୀଙ୍କ ଚକୁଳି ଆଉ ରଘୁ ମଉସାଙ୍କ ଦହିବରା, ଯିଏ ଖାଇଛି ସିଏ ତାର ଗୁଣ ଗାଇଛି । ଜଳଖିଆ ଦୋକାନ କରି ଦୁହେଁ କଟକର ବେଶ ପରିଚତ ନାଁ । ଆଉ କଟକ କଥା କାନରେ ପଡ଼ିଲେ ଏହି ଦୁଇ ମଉସା-ମାଉସୀଙ୍କ କଥା ମନେପଡ଼େ । ହେଲେ ଦୁହେଁ କେବେ ପରସ୍ପରକୁ ଭେଟି ନଥିଲେ । କିନ୍ତୁ ଜଣେ ୟୁ-ଟ୍ୟୁବ୍ ବ୍ଲଗର ସେମାନଙ୍କୁ ଭେଟ କରାଇଛନ୍ତି ।

ଜଣେ ଚକୁଳି ମାଉସୀ ଆଉ ଜଣେ ଦହିବରା ମଉସା । ଦୁଇ ଜଣଯାକ ନିଜ ନିଜ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ । ଦୁହେଁ କଟକର । ରାତି ପାହିଲେ ୮୦ ବର୍ଷିୟା ଅନ୍ନପୂର୍ଣ୍ଣା ମାଉସୀଙ୍କ ଚକୁଳି ଦୋକାନରେ ଭିଡ ଜମି ଯାଏ । ଏତେ ଭିଡ ହୁଏ ଯେ, ସାଙ୍ଗେ ସାଙ୍ଗେ ଚକୁଳି ସରିଯାଏ । ଆଉ କଟକ ଦହିବରା କଥା କହିବା କ୍ଷଣି ରଘୁ ଦହିବରା କଥା ସମସ୍ତଙ୍କ ମନକୁ ଆସେ । ଆଉ ସେ ହେଉଛନ୍ତି ରଘୁ ମଉସା । ହୁଏତ ଅନେକ ଲୋକ କଥା କଥାରେ ରଘୁ ମଉସାଙ୍କ ନାଁ ନେଇ ଯାଉଥିବେ ହେଲେ ଏବେ ସେମାନଙ୍କୁ ବ୍ଲଗର ଜଣେ ପରିଚିତ କରାଇଛନ୍ତି ।

ନିଜ ବ୍ଲଗରେ ଏମାନଙ୍କୁ ଏକାଠି କରିଛନ୍ତି ରୋହିତ ଶ୍ରୀବାସ୍ତବ ନାମକ ଜଣେ ବ୍ଲଗର । ଏହି ଦୁଇ ଜଣ କଟକରେ ନିଜ ନିଜ କ୍ଷେତ୍ରରେ ସବୁଠାରୁ ବେଶି ଲୋକ ପ୍ରିୟ ହୋଇଥିଲେ ବି କେହି କାହାକୁ କେବେ ଦେଖିନଥିଲେ । ହେଲେ ପରିଣତ ବୟସରେ ଏହି ବ୍ଲଗରେ ଏମାନଙ୍କୁ ଏକାଠି କରାଇଛନ୍ତି । ଆଉ ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି ।