କିଛି ଦିନ ତଳେ ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍’ର ନିର୍ମାତା ସେନାର ବିଧବା କଲ୍ୟାଣ ପାଣ୍ଠିକୁ ଏକ କୋଟି ଟଙ୍କା ଦାନ କରିଥିଲେ । ଯାହା ପରେ ଏପରି ପଦକ୍ଷେପକୁ ଅନେକ ପ୍ରଶଂସା କରାଯାଇଥିଲା । ଏବେ ସେଭଳି କିଛି ରୋହିତ୍ ସେଟ୍ଟୀ କରିଥିବା ଜଣା ପଡ଼ିଛି । ଫିଲ୍ମ ‘ସିମ୍ବା’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ଏଥିରୁ ମିଳିଥିବା ଲାଭରୁ ୫୧ଲକ୍ଷ ଟଙ୍କା ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ ଦାନ କରିଥିବା ଜଣାପଡ଼ିଛି ।
ମୁମ୍ବାଇ ପୁଲିସର ବାର୍ଷିକ ସାଂସ୍କୃତିକ କାର୍ୟ୍ୟକ୍ରମ ଉମଙ୍ଗ ୨୦୧୯ ରେ ଯୋଗ ଦେଇ ରୋହିତ୍ ସେଟ୍ଟୀ ଏହି ରାଶି ମୁମ୍ବାଇ ପୁଲିସ ଫାଉଣ୍ଡେସନକୁ ଦାନ କରିଥିଲେ । ଚେକଟି ରୋହିତ୍ ସେଟ୍ଟୀ ପ୍ରଡକ୍ସନ ହାଉସ୍ ତରଫରୁ ଦିଆ ଯାଇଥିବାବେଳେ ଏହାକୁ ଅଭିନେତା ରଣବୀର ସିଂହ, ଅକ୍ଷୟ କୁମାର,ଅଜୟ ଦେବଗନ ଏବଂ ରୋହିତ୍ ସେଟ୍ଟୀ ମିଶି ଚେକ୍ ହସ୍ତାନ୍ତର କରିଥିଲେ । ଇଭେଣ୍ଟଟି ମୁମ୍ବାଇରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଦ୍ୱାରା ଜାନୁଆରୀ ୨୭ ରେ ଆୟୋଜନ କରାଯାଇଥିଲା । ଯେଉଁଠିକୁ ବଲିଉଡର ଅନେକ ବଡ଼ ବଡ଼ କଳାକାର ଆସି ଯୋଗ ଦେବା ସହ ମୁମ୍ବାଇ ପୁଲିସର କାର୍ୟ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/VYG_1942.jpeg)
/kanak/media/post_attachments/wp-content/uploads/2019/01/Rohit-Shetty-Umang-300x200.jpg)