ଆଇପିଏଲ୍ ଟକ୍କର: ହିଟ୍ ମ୍ୟାନଙ୍କ ହିଟ୍ ଶୋ’, ପ୍ରଥମେ ବ୍ୟାଟିଂ କରି ପଞ୍ଜାବ୍ ସାମ୍ନାରେ ୧୯୨ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ । 

196

କନକ ବ୍ୟୁରୋ: ଆଇପିଏଲ ଟକ୍କରର ହାଇଭୋଲଟେଜ୍ ମ୍ୟାଚ୍, ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ସାମ୍ନାରେ ୧୯୨ ରନର ବିଜୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଶାନଦାର୍ ୭୦ ରନର ପାଳିରେ ଦଳ ସାମ୍ନାନଜନକ ସ୍କୋର ଛିଡ଼ା କରିବାରେ ସଫଳ ହୋଇଛି । ଡେଥ୍ ଓଭରରେ ଦଳର ପୋଲାର୍ଡ ଏବଂ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ ଜରିଆରେ ପଞ୍ଜାବ ପାଇଁ ୧୯୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି । ତେବେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । 

ସେପଟେ ପଞ୍ଜାବର ବ୍ୟାଟ୍ସମ୍ୟାନ୍ ବିଶେଷ କରି କ୍ୟାପଟେନ୍ ରାହୁଲ ଏବେ ପୂରା ଫର୍ମରେ ଅଛନ୍ତି, ଚଳିତ ଆଇପିଏଲରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଶତକ ହାସଲ କରିବ ସେ ଅରେଞ୍ଜ କ୍ୟାପ୍ ହକଦାର ରହିଛନ୍ତି । ତେଣୁ ଉଭୟ ଦଳ ମଧ୍ୟରେ ଏକ ଦମଦାର୍ ମ୍ୟାଚ୍ ଦେଖିବାକୁ ମିଳିପାରେ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।