ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ରିଙ୍କୁ ସିଂଙ୍କ ମନୋବଳ ବଢ଼ାଇଲେ ରୋହିତ ଶର୍ମା । ପଡିଆରେ କଥା ହେଇ ବୁଝାଇଲେ କ୍ୟାପଟେନ ।

542

କନକ ବ୍ୟୁରୋ: ଚଳିତ ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିସାରିଛି ଦଳ । ହେଲେ ଦଳରୁ ବାଦ ପଡିଛନ୍ତି ଆଇପିଏଲ ରେ ଧମାଲ ମଚାଇଥିବା କେକେଆର ର ଷ୍ଟାର ଖେଳାଳି ରିଙ୍କୁ ସିଂହ । ବିଶେଷକରି ମଧ୍ୟକ୍ରମରେ ରିଙ୍କୁଙ୍କ ବ୍ୟାଟିଂ ରେ ରନ ର ବର୍ଷା ହୁଏ , ଚାପ ରେ କିପରି ଖେଳାଯାଏ ସେ ଦକ୍ଷତା ରିଙ୍କୁ ଙ୍କ ପାଖରେ ରହିଛି । ରିଙ୍କୁ ୧୫ ଜଣିଆ ଦଳରେ ନାହାନ୍ତି କିନ୍ତୁ ରିଜର୍ଭ ଖେଳାଳି ଭାବରେ ଦଳରେ ସ୍ଥାନ ପାଇଛନ୍ତି । ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେଇଛି ଯେଉଥିରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ରିଙ୍କୁ ଙ୍କୁ ଦେଖା କରିଛନ୍ତି ଏବଂ ତାଙ୍କ ସହ କିଛି ସମୟ କଥା ବି ହୋଇଛନ୍ତି । ଭିଡିଓକୁ ପ୍ରଶଂସକ ପସନ୍ଦ କରୁଥିବା ବେଳେ ରୋହିତ ଙ୍କ ବଡପଣକୁ ପ୍ରଶଂସା କରିଛନ୍ତି । ଜଣେ ଯୁବ ଖେଳାଳି ର ମନ ଯେପରି ନ ଭାଙ୍ଗେ ଓ ଆଗକୁ ଆହୁରି ଖେଳିବା ରହିଥିବା ନେଇ ରୋହିତ ରିଙ୍କୁ ପରାମର୍ଶ ଦେଇଥିବା ଆଲୋଚନା ହେଉଛି । ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯେପରି ଯୁବ ଖେଳାଳୀଙ୍କୁ ନେଇ ଆଗକୁ ବଢୁଥିଲେ ସୁଯୋଗ ଦେଉଥିଲେ ସେହିଧାରା ରେ ରୋହିତ ମଧ୍ୟ ଯୁବ ଖେଳାଳିଙ୍କୁ ଗୁରୁ୍ତ୍ୱ ଦେଉଛନ୍ତି ।