କନକ ବ୍ୟୁରୋ: ଏସିଆ କପ୍ ଓ ବିଶ୍ୱକପ୍ ପୂର୍ବରୁ ଭଗବାନଙ୍କ ଶରଣରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପରେ ଏବେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ନିଜ ପତ୍ନୀ ଓ ଝିଅଙ୍କ ସହ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ପହଞ୍ଚି ଭଗବାନଙ୍କ ପୂଜା କରିଛନ୍ତି । ତେବେ ତିରୁପତି ମନ୍ଦିରରେ ରୋହିତ ପହଞ୍ଚିବା ପରେ ପୂଜକ ମାନେ ତାଙ୍କୁ ନେଇ ଭଗବାନଙ୍କ ଦର୍ଶନ କରାଇଥିଲେ ।

Advertisment

ରୋହିତ ଶର୍ମାଙ୍କ ସହ ତାଙ୍କ ପତ୍ନୀ ରିତିକା ଏବଂ ଝିଅ ମଧ୍ୟ ତିରୁପତି ମନ୍ଦିର ଯାଇ ଦର୍ଶନ କରିଛନ୍ତି । ଏହି ସମୟରେ ମନ୍ଦିର ବାହାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଫ୍ୟାନ୍ସମାନେ ରୋହିତଙ୍କୁ ଦେଖିବାକୁ ମନ୍ଦିର ବାହାରେ ପ୍ରବଳ ଭିଡ କରିଥିଲେ । ଆଉ ରୋହିତ ମଧ୍ୟ ହାତ ହଲାଇ ନିଜ ଫ୍ୟାନ୍ସଙ୍କୁ ଅଭିବାଦନ ଜଣାଇଥଲେ ।

ତେବେ ବର୍ତ୍ତମାନ ରୋହିତ ଶର୍ମା ନିଜ ପରିବାର ସହିତ ଛୁଟି କାଟୁଛନ୍ତି । ଆଗକୁ ଏସିଆ କପ୍ ଥିବାରୁ ରୋହିତଙ୍କ ଉପରେ ବଡ ଦାୟିତ୍ୱ ରହିଛି । ଅନ୍ୟପଟେ ବିଶ୍ୱକପରେ ମଧ୍ୟ ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇବେ ହିଟ୍ ମ୍ୟାନ୍ । ତେଣୁ ଏହାପୂର୍ବରୁ ସେ ମନ୍ଦିର ଯାଇ ଭଗବାନଙ୍କ ଆର୍ଶୀବାଦ କାମନା କରିଛନ୍ତି ।