ସିରିଜ ବିଜୟ ପରେ ରୋହିତଙ୍କ ବଡ ବୟାନ । ଖେଳାଳୀଙ୍କୁ ସ୍ୱାଧୀନ ଦେବା ଆବଶ୍ୟକ, ସମସ୍ତଙ୍କୁ ସୁଯୋଗ ମିଳିବ ନିଶ୍ଚୟ ।

506

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପ୍ରଥମ ୨ଟି ମ୍ୟାଚରେ ବିଜୟୀ ହୋଇ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ରୋହିତଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଉଭୟ ମ୍ୟାଚରେ ସହଜ ବିଜୟ ହାସଲ କରିବା ସହ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି । ସିରିଜର ଦ୍ୱିତୀୟ ମ୍ୟାଚରେ ରାହୁଲ ଓ ରୋହିତଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ଏହି ସିରିଜକୁ କବଜା କରିଛି । ତେବେ ଏହି ସିରିଜ ବିଜୟ ପରେ ବଡ ବୟାନ ରଖିଛନ୍ତି ଅଧିନାୟକ ରୋହିତ ଶର୍ମା ।

ମ୍ୟାଚ୍ ପରେ ରୋହିତ କହିଛନ୍ତି, ଏଭଳି ଏକ ପରିସ୍ଥିତିରେ ଆମେ ବେଶ ଉଚ୍ଚକୋଟୀର ପ୍ରଦର୍ଶନ କରିଛୁ । ନ୍ୟୁଜିଲାଣ୍ଡ ଟିମ୍ ମଧ୍ୟ ବେଶ ଶକ୍ତିଶାଳୀ । ତଥାପି ଏହି ମ୍ୟାଚରେ ଆମେ ଜିତିଛୁ । ଚୂଡାନ୍ତ ଏକାଦଶ ବ୍ୟତୀତ ଆମର ଅନ୍ୟ ଖେଳାଳୀ ମଧ୍ୟ ବେଶ ଫର୍ମରେ ରହିଛନ୍ତି । ତେବେ ନୂଆ ଖେଳାଳୀଙ୍କୁ ସ୍ୱାଧୀନ ଭାବରେ ଖେଳିବାକୁ ସୁଯୋଗ ଦେବା ମୋ ପାଇଁ ସବୁଠୁ ବଡ ପ୍ରାଥମିକତା ରହିବ । ଏହାବାଦ୍ ବାହାରେ ହେଉଥିବା ଚର୍ଚ୍ଚାରେ ମୁଣ୍ଡ ନ ଖେଳାଇବା ଉପରେ ଫୋକସ ରହିବ । ଯାହାଦ୍ୱାରା ମୈଦାନକୁ ଆସିବା କ୍ଷଣି ଆମେ କେବଳ ଖେଳ ବାବଦରେ ଯେପରି ଚିନ୍ତା କରିବୁ ।

ଏହାସହ ରୋହିତ କହିଛନ୍ତି, ଟିମ୍ ଇଣ୍ଡିଆରେ ଏମିତି ଅନେକ ଖେଳାଳୀ ଅଛନ୍ତି ଯେଉଁମାନେ ଖୁବ କମ ମ୍ୟାଚ୍ ଖେଳିଛନ୍ତି ଏବଂ ଏମିତି ଅନେକ ଖେଳାଳୀ ଅଛନ୍ତି ଯେଉଁମାନେ ଅନ୍ତର୍ଜାତୀୟ ପଦାର୍ପଣକୁ ଅପେକ୍ଷର କରି ରହିଛନ୍ତି । କିନ୍ତୁ ସମସ୍ତଙ୍କୁ ସୁଯୋଗ ମିଳିବ ନିଶ୍ଚୟ, ଆମେ ଚେଷ୍ଟା କରିବୁ ପ୍ରତି ଖେଳାଳୀଙ୍କଚ ଯେପୀି ସୁଯୋଗ ମିଳିବ । କିନ୍ତୁ ମୈଦାନରେ ପହଞ୍ଚିବା ପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଅନେକ ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଯୁବ ଖେଳାଳୀଙ୍କୁ ସୁଯୋଗ ଦିଆଯାଇଛି । ବିରାଟ କୋହଲିଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଥିବା ବେଳେ ପ୍ରଥମ ମ୍ୟାଚରେ ଭେଙ୍କଟେସ ଆୟର ଓ ଦ୍ୱିତୀୟ ମ୍ୟାଚରେ ହର୍ଷଲ ପଟେଲଙ୍କୁ ଅନ୍ତର୍ଜାତୀୟ ପଦାର୍ପଣର ସୁଯୋଗ ଦେଇଛନ୍ତି ରୋହିତ ଶର୍ମା ।