ରୋହିତଙ୍କ ନାଁରେ ନୂଆ ରେକର୍ଡ । ଭାଙ୍ଗିଲା ଏବି ଡିଭିଲିୟର୍ସଙ୍କ ରେକର୍ଡ, ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦିନିକିଆରେ ସର୍ବାଧିକ ଛକା ମାରିଲେ ରୋହିତ । 

418

କନକ ବ୍ୟୁରୋ : ହିଟମ୍ୟାନଙ୍କ ନାଁରେ ଆଉ ଏକ ରେକର୍ଡ । ନେଦରଲାଣ୍ଡସ ବିପକ୍ଷ ବିଶ୍ୱକପ ମ୍ୟାଚରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ ଶର୍ମା । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ହାସଲ କରିଛନ୍ତି ରୋହିତ । ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ନିଜ ନାଁରେ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ରୋହିତ ।

ଏବି ଡିଭିଲିୟର୍ସ ୨୦୧୫ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦିନିକିଆରେ ସର୍ବାଧିକ ୫୮ଟି ଛକା ମାରିଥିଲେ । ତେବେ ନେଦରଲାଣ୍ଡସ ବିପକ୍ଷରେ ୨ଟି ଛକା ମାରି ଏହି ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ । ଏହି ଛକା ମାରିବା ସହ ଅଧିନାୟକ ଭାବେ ବିଶ୍ୱକପରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ହାସଲ କରିଛନ୍ତି ରୋହିତ । ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ଇଅନ ମୋର୍ଗାନଙ୍କ ନାଁରେ ଥିଲା । ୨୦୧୯ ବିଶ୍ୱକପରେ ମୋର୍ଗାନ ୨୨ଟି ଛକା ମାରିଥିଲେ । କିନ୍ତୁ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ । ଏହାବାଦ୍ ଦିନିକିଆ କ୍ରିକେଟରେ ମଧ୍ୟ ସର୍ବାଧିକ ଛକା ମାରିବାର ରେକର୍ଡ ଭାଙ୍ଗିଛନ୍ତି ରୋହିତ । ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟର କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି ରୋହିତ । ଦିନିକିଆ କ୍ୟାରିୟରରେ ଗେଲ୍ ୫୫୩ଟି ଛକା ମାରିଥିବା ବେଳେ ରୋହିତ ଏବେ ସୁଦ୍ଧା ଗେଲଙ୍କ ଠାରୁ ୨୦ଟି ଅଧିକ ଛକା ମାରି ସାରିଲେଣି ।