ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା । ଅଧିନାୟକ ହୋଇ ଦଳକୁ ଫେରିଲେ ରୋହିତ ଶର୍ମା

219

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଆହତ କାରଣରୁ ଦଳରୁ ବାଦ ପଡିଥିବା ରୋହିତ ଶର୍ମା ପୁଣି ଦଳକୁ ଫେରିଛନ୍ତି । ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଖେଳିପାରିନଥିବା ରୋହିତ ଅଧିନାୟକ ହୋଇ ଫେରିଛନ୍ତି । ତାଙ୍କ ନେତୃତ୍ୱରେ ଉଭୟ ଦିନିକିଆ ଓ ଟି-ଟ୍ୱେଂଟି ସିରିଜ ଖେଳିବ ଟିମ୍ ଇଣ୍ଡିଆ ।
ସେହିପରି ଉଭୟ ସିରିଜରେ ଉପ-ଅଧିନାୟକ ରହିବେ କେଏଲ ରାହୁଲ । ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ଶୃଙ୍ଖଳାରେ ବିରାଟ କୋହଲି ଖେଳିବେ । ଭୁବନେଶ୍ୱର କୁମାର ଦିନିକିଆ ଦଳରୁ ବାଦ ପଡିଥିବା ବେଳେ ଆହତ କାରଣରୁ ରବୀନ୍ଦ୍ର ଜାଡେଜା ମଧ୍ୟ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଖେଳିବେ ନାହିଁ । ସେହିପରି ଜସପ୍ରିତ ବୁମରା ଓ ମହମ୍ମଦ ସାମିଙ୍କୁ ଉଭୟ ଦିନିକିଆ ଓ ଟିଟ୍ୱେଂଟି ସିରିଜରୁ ବିଶ୍ରାମ ଦିଆଯାଇଛି । ସେହିପରି ୬ ମାସ ପରେ କୁଲଦୀପ ଯାଦବଙ୍କୁ ଭାରତୀୟ ଦଳରୁ ଡାକରା ମିଳିଛି । ସେହିପରି ରବି ବିଷ୍ଣୋଇଙ୍କୁ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆରେ ସୁଯୋଗ ମିଳିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ଖେଳି ସେ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିପାରନ୍ତି । ଅନ୍ୟପଟେ ଦ୍ୱିତୀୟ ଦିନିକିଆରୁ ଭାରତୀୟ ଦଳରେ ଉପ ଅଧିନାୟକ କେଏଲ ରାହୁଲ ସାମିଲ ହେବେ ବୋଲି ସୂଚନା ମିଳିଛି ।