ସଚିନଙ୍କ ପରେ ରୋହିତ: ଅନ୍ତର୍ଜାତୀୟ କ୍ରିକେଟରେ ଏହି ରେକର୍ଡ କଲେ ହିଟ୍ ମ୍ୟାନ୍

169

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ତୃତୀୟ ଟେଷ୍ଟ ମ୍ୟାଚ । ଆଉ ଏହି ଟେଷ୍ଟ ମ୍ୟାଚରେ ଏକ ବଡ ରେକର୍ଡ ସୃଷ୍ଟି କରିଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ଓପନର ଭାବେ ୧୧ ହଜାର ରନ ପୂରଣ କରିଛନ୍ତି । ଆଉ ଏହି ରେକର୍ଡ କରିବାରେ ସଚିନଙ୍କ ପରେ ଦ୍ୱିତୀୟ ଖେଳାଳି ହେଉଛନ୍ତି ରୋହିତ ଶର୍ମା ।

ଏହି ରେକର୍ଡ କରିବାରେ ରୋହିତ ଶର୍ମା ହେଉଛନ୍ତି ଚତୁର୍ଥ ଭାରତୀୟ ଓପନର । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କାର, ବୀରେନ୍ଦ୍ର ସେହୱାଗ ଏହି ରେକର୍ଡ କରି ସାରିଛନ୍ତି । ହେଲେ ସବୁଠାରୁ ଖାସ କଥା ହେଉଛି ଦ୍ରୁତ ୧୧ ହଜାର ରନ କରିବାରେ ସଚିନଙ୍କ ପରେ ରୋହିତ ହେଉଛନ୍ତି ଦ୍ୱିତୀୟ ।

୨୪୬ ଇଂନିସ ଖେଳି ରୋହିତ ଶର୍ମା ୧୧ ହଜାର ରନ ପୂରଣ କରିଥିବା ବେଳେ ସଚିନ ୨୪୧ ଇଂନିସରେ ଏହି ସଫଳତା ହାସଲ କରିଛନ୍ତି । ସେହିପରି ତାଙ୍କ ପଛକୁ ରହିଛନ୍ତି ମାଥ୍ୟ ହେଡେନ ୨୫୧ ଇଂନିସ ଖେଳି ୧୧ ହଜାର ରନ କରିଛନ୍ତି ।