ଆଜି ଆଇପିଏଲରେ ଏହି ରେକର୍ଡ ଭାଙ୍ଗିବେ କି ରୋହିତ? ପ୍ରଥମ ଭାରତୀୟ ଭାବେ ରଚିବେ କି ଇତିହାସ…

138

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଯେଉଁଥିରେ ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ । ତେବେ ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ଏହି ବିରଳ ରେକର୍ଡ ହାସଲ କରିପାରନ୍ତି । ଏଯାବତ ଟି-୨୦ କ୍ରିକେଟରେ ରୋହିତ ମୋଟ ୩୯୭ଟି ଛକା ମାରିସାରିଲେଣି । ଯଦି ଏହି ମ୍ୟାଚରେ ସେ ଆଉ ୩ଟି ଛକା ମାରନ୍ତି, ତେବେ ପ୍ରଥମ ଭାରତୀୟ ଭାବେ ସେ ଟି-୨୦ କ୍ରିକେଟରେ ୪ ଶହ ଛକା ମାରିବାର ରେକର୍ଡ ଅର୍ଜନ କରିବେ ।

ରୋହିତଙ୍କ ପଛକୁ ସୁରେଶ ରାଇନା ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଟି-୨୦ରେ ସେ ମୋଟ ୩୨୪ଟି ଛକା ମାରି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଏହା ପଛକୁ ୩୧୫ ଛକା ସହ କୋହଲି ତୃତୀୟ ଏବଂ ୩୦୩ ଛକା ସହ କ୍ୟାପଟେନ୍ କୁଲ ମାହି ଚତୁର୍ଥ ସ୍ଥାନରେ ଅଛନ୍ତି । ଯଦି ରୋହିତ ଆଜିର ମ୍ୟାଚରେ ୩ଟି ଛକା ମାରନ୍ତି, ତେବେ ସେ ଏହି ବିରଳ ରେକର୍ଡ ଅର୍ଜନ କରିବେ ।

ତେବେ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ଛକା ମାରିବାର ରେକର୍ଡ କ୍ରିସ ଗେଲଙ୍କ ନାଁରେ ରହିଛି । ସେ ଏ ପର୍ଯ୍ୟନ୍ତ ମୋଟ ୪୪୬ଟି ଟି-୨୦ ମ୍ୟାଚ୍ ଖେଳି ୧୦୪୨ଟି ଛକା ମାରି ସାରିଲେଣି । ସେହିପରି ଏହା ପଛକୁ କିରଣ ପୋଲାର୍ଡ ୫୬୧ଟି ମ୍ୟାଚ୍ ଖେଳି ୭୭୫ଟି ଛକା ମାରିଛନ୍ତି । ହେଲେ ଭାରତୀୟ ଖେଳାଳି ଭାବେ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ରୋହିତ ଶର୍ମା ।