କନକ ବ୍ୟୁରୋ : ଟି-୨୦ ପରେ ଏବେ ରୋହିତଙ୍କୁ ଭାରତୀୟ ଦିନିକିଆ ଦଳର ନୂଆ ଅଧିନାୟକ ଦାୟିତ୍ୱ ମିଳିଛି । କେବଳ ଟେଷ୍ଟ ଟିମର ଅଧିନାୟକ ଭାର ବିରାଟଙ୍କ ଉପରେ ରହିଛି । ଟି-୨୦ ଅଧିନାୟକ ପଦ ମିଳିବା ପରେ ରୋହିତ ଦଳକୁ ପ୍ରଥମ ସିରିଜ ବିଜୟ ଭେଟି ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ରୋହିତଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ୨୦୧୭ରେ କୋହଲି ଦିନିକିଆ ଦଳର ନିୟମିତ ଅଧିନାୟକ ଦାୟିତ୍ୱ ନେଇଥିବା ବେଳେ ଏବେ ରୋହିତଙ୍କ ହାତରେ ଏହି ଗୁରୁଦାୟିତ୍ୱ ଦିଆଯାଇଛି । ତେବେ ଏହି ଦାୟିତ୍ୱ ମିଳିବା ପରେ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା ।
ବିରାଟଙ୍କ ଅଧିନାୟକତ୍ୱକୁ ନେଇ ରୋହିତ କହିଛନ୍ତି, କୋହଲି କେବେ ବି ପଛକୁ ଫେରି ଚାହିଁନାହାନ୍ତି । ସବୁବେଳେ ଦଳର ମଙ୍ଗୁଆଳ ସାଜି ମୈଦାନକୁ ଓହ୍ଲାଇଥାନ୍ତି । ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡ଼ିଓରେ କିଛି ଏମିତି କହିଛନ୍ତି ରୋହିତ ଶର୍ମା ।
Goals & excitement 👍
Working with Rahul Dravid 👌@imVkohli's legacy as India's white-ball captain 👏#TeamIndia's new white-ball captain @ImRo45 discusses it all in this special feature for https://t.co/Z3MPyesSeZ 👍 👍Watch the full interview 🎥 🔽https://t.co/JVS0Qff905pic.twitter.com/kFlqZxWh5t
— BCCI (@BCCI) December 13, 2021
ଏହାସହ ରୋହିତ କହିଛନ୍ତି, ଗତ ୫ ବର୍ଷ ହେବ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିରାଟ । ପ୍ରତି ମ୍ୟାଚରେ କୋହଲି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହିଁଛନ୍ତି ଏବଂ ପୂରା ଟିମ୍ ପାଇଁ ମଧ୍ୟ ଏଭଳି ଏକ ପରମ୍ପରା ସୃଷ୍ଟି କରିଛନ୍ତି । କୋହଲିଙ୍କ ନେତୃତ୍ୱରେ ଗତ ୫ ବର୍ଷରେ ଟିମ୍ ଥରୁଟିଏ ମଧ୍ୟ ପଛକୁ ଫେରି ଚାହିଁନାହିଁ । କୋହଲିଙ୍କ ନେତୃତ୍ୱରେ ଖେଳିବା ଆମ ପାଇଁ ବେଶ ସ୍ମରଣୀୟ ରହିବ । ଆମେ ସାଙ୍ଗ ହୋଇ ଅନେକ ମ୍ୟାଚ୍ ଖେଳିଛୁ ଓ ପ୍ରତି ମ୍ୟାଚର ଆନନ୍ଦ ଉଠାଇଛୁ । ଆଗକୁ ମଧ୍ୟ ଏହି ଯାତ୍ରା ଜାରି ରହିବ । ଟିମକୁ କିଭଳି ଆହୁରି ଶକ୍ତିଶାଳୀ କରାଯିବ ତାହା ଉପରେ ଧ୍ୟାନ ଦିଆଯିବ । ଖେଳାଳୀ ଭାବେ ଲୋକ କଣ କହୁଛନ୍ତି ସେ ବାବଦରେ ଆମେ ଧ୍ୟାନ ଦେଉନାହୁଁ । କେମିତି ମ୍ୟାଚର ଫଳାଫଳ ଟିମ୍ ଇଣ୍ଡିଆ ସପକ୍ଷରେ ଆସିବ ତାହା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି କହିଛନ୍ତି ରୋହିତ ।