ବିଶ୍ୱକପ ପରେ ବିରାଟଙ୍କ ପାଇଁ ବଢୁଛି ଅଡୁଆ ! ରୋହିତ ଧରିପାରନ୍ତି ଟିମ୍ ଇଣ୍ଡିଆର ମଙ୍ଗ ।

Advertisment
ବିଶ୍ୱକପ ପରେ ବିରାଟଙ୍କ ପାଇଁ ବଢୁଛି ଅଡୁଆ ! ରୋହିତ ଧରିପାରନ୍ତି ଟିମ୍ ଇଣ୍ଡିଆର ମଙ୍ଗ ।

image courtesy - aajtak.intoday.in

କନକ ବ୍ୟୁରୋ : ଶେଷ ହୋଇଛି ବିଶ୍ୱକପ ଆଉ ଲର୍ଡସରେ ଲେଖା ହୋଇସାରିଛି ନୂଆ ଇତିହାସ । କିନ୍ତୁ ସେମିଫାଇନାଲରେ ଭାରତର ପରାଜୟକୁ ଏପର୍ଯ୍ୟନ୍ତ ଭୁଲିପାରିନାହାନ୍ତି କୋଟି କୋଟି ଭାରତବାସୀ । ଅନ୍ୟପଟେ ବିଶ୍ୱକପ ସେମିଫାଇନାଲରେ ଭାରତର ପରାଜୟ ପରେ ଏବେ ଆକ୍ସନ ମୋଡରେ ରହିଛି ବିସିସିଆଇ । ଆଉ କୁହାଯାଉଛି, ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦରେ ପରିବର୍ତ୍ତନ କରିପାରେ ବିସିସିଆଇ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱକପରେ ଭାରତର ପରାଜୟ ପରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଦିନିକିଆ ଏବଂ ଟି-ଟେଣ୍ଟି ଦଳର ଅଧିନାୟକ ହୋଇପାରନ୍ତି । ବିରାଟ କୋହଲିଙ୍କୁ କେବଳ ଟେଷ୍ଟ ଟିମର ଅଧିନାୟକ ପଦ ଦେଇପାରେ ବିସିସିଆଇ । ଆଉ ଯଦି ଏପରି ହୁଏ, ତେବେ ଭାରତୀୟ କ୍ରିକେଟରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହା ସହ ବିରାଟ କୋହଲିଙ୍କ ପାଇଁ ଏହା ସବୁଠୁ ବଡ ଝଟକା ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe