କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ମିଶନ୍ ବିଶ୍ୱକପ୍ ଆରମ୍ଭ ହୋଇଯାଇଛି । ଭାରତୀୟ ଟିମ୍ ବିଶ୍ୱକପ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ବାହାରି ସାରିଛି । ତେବେ ମୁମ୍ବାଇ ବିମାନ ବନ୍ଦରରୁ ଦଳ ସିଧା ଯାଇ ପର୍ଥରେ ପହଞ୍ଚିଛି । ବିଶ୍ୱକପରେ ଭାରତୀୟ ଟିମ୍ ସୁପର-୧୨ ଗ୍ରୁପର ଗ୍ରୁପ ୨ରେ ରହିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ସାଉଥ୍ ଆଫ୍ରିକା ଓ ବାଂଲାଦେଶ ରହିଛନ୍ତି । ତେବେ କ୍ୱାଲିଫାଇଙ୍ଗ ମ୍ୟାଚ୍ ପରେ ଆଉ ଦୁଇଟି ଟିମ୍ ଏହି ଗ୍ରୁପରେ ଯୋଗ ଦେବେ ।
କିଛି ଦିନ ତଳେ ହିଁ ଭାରତୀୟ ଟିମ୍ ନିଜ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ତୃତୀୟ ଟି-୨୦ରେ ପରାସ୍ତ ହୋଇଥିଲେ ବି ଦଳ ୨-୧ରେ ସିିରିଜ୍ କବଜା କରିଛି । ତେଣୁ ଏକ ଦୃଢ ମନୋବଳ ସହ ଦଳ ବିଶ୍ୱକପରେ ଯୋଗ ଦେବାକୁ ବାହାରିଛି ।
ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଅକ୍ଟୋବର ୨୩ରୁ ଆରମ୍ଭ ହେବ । ଯାହାକିି ପାକିସ୍ତାନ ବିରୋଧରେ ଖେଳିବ ଟିମ୍ ଇଣ୍ଡିଆ । ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଆଗ ପର୍ଥରେ ପହଞ୍ଚିବ । ସେଠାରେ ୧୩ ତାରିଖରୁ ଦଳ ଦୁଇଟି ୱାର୍ମଅପ୍ ମ୍ୟାଚ୍ ଖେଳିବ ।
ଟିମ୍ ଇଣ୍ଡିଆର ବିଶ୍ୱକପ୍ ଦଳ
ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟକମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/15-4.jpg)