କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷରେ ଆସନ୍ତା ଗୁରୁବାର ସେମିଫାଇନାଲ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପର ଏହି ହାଇଭୋଲଟେଜ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଅଭ୍ୟାସ ସମୟରେ ଆହତ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା । ହିଟମ୍ୟାନଙ୍କ ଡାହାଣ ହାତରେ ବଲ୍ ବାଜିବା କାରଣରୁ ସେ ଆହତ ହୋଇଛନ୍ତି । ତେବେ ଏହି ଆଘାତ ଏତେ ଗୁରୁତର ନାହିଁ । ଭାରତର ମେଡିକାଲ ଟିମର ଚିକିତ୍ସା ପରେ ତୁରନ୍ତ ମୈଦାନକୁ ପୁଣିଥରେ ଫେରିଛନ୍ତି ରୋହିତ ।

Advertisment

ତେବେ ବଲ ବାଜିବା ପରେ ରୋହିତ ଶର୍ମା କିଛି ସମୟ ପାଇଁ ଅଭ୍ୟାସ ଛାଡି ନେଟ୍ସ ଭିତରେ ବସି ରହିଥିଲେ । ତେବେ ଏହି ସମୟ ମଧ୍ୟରେ ମେଡିକାଲ ଟିମର ଚିକିତ୍ସା ପରେ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଛନ୍ତି ରୋହିତ । ଚଳିତ ଟି-୨୦ ବିଶ୍ୱକପରେ ରୋହିତଙ୍କ ନେତୃତ୍ୱରେ ୫ରୁ ୪ ମ୍ୟାଚ୍ ଜିତିବା ସହ ସେମିଫାଇନାଲରେ ଏଣ୍ଟ୍ରି କରିଛି ଟିମ୍ ଇଣ୍ଡିଆ । ବିଶ୍ୱକପରେ ରୋହିତ ସେଭଳି ଦମଦାର ପ୍ରଦର୍ଶନ କରିନଥିବା ବେଳେ ବିରାଟ ଓ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ରହିଛନ୍ତି ।