କନକ ବ୍ୟୁରୋ : ପୁଣି ଥରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ ଦେଖାଇଛନ୍ତି ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା । ବର୍ମିଂହାମରେ ଖେଳାଯାଉଥିବା ବିଶ୍ୱକପର ୪୦ତମ ମ୍ୟାଚରେ ରୋମାଞ୍ଚକର ଅର୍ଦ୍ଧଶତକ ହାସଲ କରିଛନ୍ତି ରୋହିତ । ୪୫ଟି ବଲରୁ ୩ଟି ବିଶାଳ ଛକା ଏବଂ ୪ଟିଚୌକା ବଳରେ ଅର୍ଦ୍ଧଶତକ କରିଛନ୍ତି ହିଟ୍ ମ୍ୟାନ୍ ।
ଆଜି ବର୍ମିଂହାମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯାଉଛି । ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେିଇଥିଲା । ତେବେ ଆରମ୍ଭରୁ ହିଁ ଦମଦାର ବ୍ୟାଟିଂ ଜାରି ରଖିଛି ଭାରତ । ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ଭାରତ ୧୭ ଓଭରରେ କୌଣସି ୱିକେଟ୍ ନହରାଇ ୯୯ ରନ୍ ସଂଗ୍ରହ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/rohit.jpg)