କନକ ବ୍ୟୁରୋ : ସେମିଫାଇନାଲରେ ନୂଆ ରେକର୍ଡ ହାସଲ କଲେ ହିଟମ୍ୟାନ୍ ରୋହିତ ଶର୍ମା । ବିଶ୍ୱକପରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ । ଏବେସୁଦ୍ଧା ବିଶ୍ୱକପରେ ରୋହିତ ଶର୍ମା ୫୧ ଛକା ମାରିଛନ୍ତି ।

Advertisment

ଏହାପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାଁରେ ରହିଥିଲା । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ ୪ଟି ଛକା ମାରି ଏହି ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ୍ । ସେମିଫାଇନାଲ ମୁକାବିଲା ପୂର୍ବରୁ ରୋହିତ ବିଶ୍ୱକପରେ ୪୭ଟି ଛକା ମାରିଥିଲେ । ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ବିଶ୍ୱକପରେ ଏଯାବତ ୪୩ଟି ଛକା ମାରିଛନ୍ତି । ଆସନ୍ତାକାଲି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ମୁକାବିଲା ରହିଛି । ଆଫଗାନିସ୍ତାନ ବିପକ୍ଷରେ ମ୍ୟାକ୍ସୱେଲ ଯେଉଁଭଳି ଇନିଂସ ଖେଳିଥିଲେ ସେହିଭଳି ଧୂଆଁଧାର ବ୍ୟାଟିଂ କଲେ ରୋହିତଙ୍କ ରେକର୍ଡ ଭାଙ୍ଗିପାରିବେ ।