କୋହଲିଙ୍କ ପାଇଁ ଚୟନକର୍ତ୍ତାଙ୍କ ସହ ରୋହିତଙ୍କ କଥା କଟାକଟି । ବିଶ୍ୱକପ୍ ଦଳରେ ବିରାଟଙ୍କୁ ରଖିବାକୁ କଲେ ଯୁକ୍ତି । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏମିତି ଖବର...

କୋହଲିଙ୍କ ପାଇଁ ଚୟନକର୍ତ୍ତାଙ୍କ ସହ ରୋହିତଙ୍କ କଥା କଟାକଟି । ବିଶ୍ୱକପ୍ ଦଳରେ ବିରାଟଙ୍କୁ ରଖିବାକୁ କଲେ ଯୁକ୍ତି । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏମିତି ଖବର...

କନକ ବ୍ୟୁରୋ: ସାମ୍ନାକୁ ଆସିସାରିଛି ଆଗାମୀ ଟି-୨୦ ବିଶ୍ୱକପର ସିଡ୍ୟୁଲ । ଜୁନ୍ ୧ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ସେହିମାସ ୨୯ ତାରିଖରେ ଖେଳାଯିବ ବିଶ୍ୱକପର ଫାଇନାଲ ମ୍ୟାଚ୍ । ତେବେ ବିଶ୍ୱକପର ସିଡ୍ୟୁଲ ଘୋଷଣା ହେବା ସହିତ ଏଥର ଭାରତୀୟ ଟିମରେ କେଉଁ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଇଯାଇଛି । ତେବେ ଏହାରି ଭିତରେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ଖବର ମୁତାବକ, ଏଥର ବିଶ୍ୱକପ୍ ଦଳରେ ଚୟନକର୍ତ୍ତା ରୋହିତ ଶର୍ମା କିମ୍ବା ବିରାଟ କୋହଲିଙ୍କ ଭିତରୁ ଜଣେ ଖେଳାଳିଙ୍କୁ ଚୟନ କରିବାକୁ ଚାହୁଁଛନ୍ତି । ଅର୍ଥାତ ଯଦି ବିଶ୍ୱକପରେ ରୋହିତ କ୍ୟାପଟେନ୍ ହୁଅନ୍ତି, ତେବେ ବିରାଟ କୋହଲି ବିଶ୍ୱକପରୁ ବାଦ୍ ପଡିପାରନ୍ତି । ହେଲେ ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିରେ କିନ୍ତୁ ଖୁସି ନାହାଁନ୍ତି କ୍ୟାପଟେନ୍ ରୋହିତ ଶର୍ମା । ଏପରିକି ବିରାଟ କୋହଲିଙ୍କୁ ଦଳରେ ସାମିଲ କରିବାକୁ ସେ ଚୟନକର୍ତ୍ତାଙ୍କ ସହ ଯୁକ୍ତି କରିଥିବା ଖବର ମଧ୍ୟ ଭାଇରାଲ ହେଉଛି ।

ବିରାଟ କୋହଲିଙ୍କ ଧିମା ବ୍ୟାଟିଂ କାରଣରୁ ତାଙ୍କୁ ଟି-୨୦ ବିଶ୍ୱକପରେ ସାମିଲ କରିବାକୁ ଚୟନକର୍ତ୍ତା ଅମଙ୍ଗ ଥିବା କୁହାଯାଉଛି । ତାଙ୍କ ସ୍ଥାନରେ ଇଶାନ କିଷାନ କିମ୍ବା ଯଶସ୍ୱୀ ଜୟସୱାଲଙ୍କୁ ଦଳରେ ରଖିବାକୁ ଚୟନକର୍ତ୍ତାମାନେ ଚିନ୍ତା କରୁଛନ୍ତି । ହେଲେ ଏପରି ଖବର ମଧ୍ୟ ଆସୁଛି ଯେ, ଯଦି ଏଥର ଆଇପିଏଲରେ କୋହଲି ଆକ୍ରମଣାତ୍ମକ ଖେଳ ଦେଖାନ୍ତି, ତେବେ ସେ ବିଶ୍ୱକପ୍ ଦଳରେ ସାମିଲ ହେଇପାରନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ଟୁଇଟରେ କୁହାଯାଇଛି ଯେ, ଆଗାମୀ ଟି-୨୦ ବିଶ୍ୱକପରେ ବିରାଟଙ୍କୁ ସାମିଲ କରିବା ପାଇଁ ଚୟନକର୍ତ୍ତାଙ୍କ ସହ ଯୁକ୍ତି କରିଛନ୍ତି ରୋହିତ ଶର୍ମା । ହିଟମ୍ୟାନ୍ ଚାହୁଁଛନ୍ତି ଯେ, ବିଶ୍ୱକପ୍ ଦଳରେ ବିରାଟ କୋହଲିଙ୍କୁ ସ୍ଥାନ ମିଳୁ । ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ୧ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବାବେଳେ, ଜୁନ୍ ୨୯ ତାରିଖରେ ଖେଳାଯିବ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ଏହିକ୍ରମରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲା ମଧ୍ୟ ଜୁନ୍ ୯ ତାରିଖରେ ଖେଳାଯିବାକୁ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe