କନକ ବ୍ୟୁରୋ: ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଶତକ ହାସଲ କରିଛନ୍ତି । ମାତ୍ର ୬୩ ବଲରେ ସେ ଏହି ଶତକ ହାସଲ କରିଛନ୍ତି । ୧୨ଟି ଚୌକା ଓ ୪ଟି ଛକା ବଳରେ ସେ ଏହି ଶତକ ହାସଲ କରିଛନ୍ତି । ଏହି ଶତକ ସହ ସେ ଅନେକ ରେକର୍ଡ ତିଆରି କରିବା ସହ ଅନେକ ରେକର୍ଡ ଭାଙ୍ଗିଛନ୍ତି ।

Advertisment

ଏହି ଶତକ ହାସଲ କରିବା ସହ ରୋହିତ ଦିନିକିଆ ବିଶ୍ୱକପରେ ସର୍ବାଧିକ ୭ ଶତକ ହାସଲ କରିଛନ୍ତି । ସେ ଏହି ରେକର୍ଡ ସରିବା ସହ ସଚିନଙ୍କୁ ପଛରେ ପକାଇଛନ୍ତି । ଏହାସହ ବିଶ୍ୱକପରେ ରୋହିତ ଶର୍ମା ଦ୍ରୁତତମ ୧ ହଜାର ରନ ପୂରଣ କରିବାରେ ପ୍ରଥମ ଖେଳାଳି । ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଖେଳାଳି ମଧ୍ୟ ହୋଇଛନ୍ତି ।