କରୋନା ବିପକ୍ଷ ଯୁଦ୍ଧରେ ରଣକ୍ଷେତ୍ରକୁ ଓହ୍ଲାଇଲେ ରୋହିତ । ମହାମାରୀର ମୁକାବିଲା ପାଇଁ ଦାନ କଲେ ୮୦ ଲକ୍ଷ ଟଙ୍କା ।

3,031

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନା ଭାଇରସ ବିପକ୍ଷ ଯୁଦ୍ଧରେ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ଟିମ୍ ଇଣ୍ଡିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ‘ହିଟମ୍ୟାନ୍’ ରୋହିତ ଶର୍ମା । ସାରା ବିଶ୍ୱକୁ କଲବଲ କରୁଥିବା କରୋନା ସହ ଲଢିବାକୁ ନିଜ ଯୋଗଦାନ ଘୋଷଣା କରିଛନ୍ତି ରୋହିତ ।

କରୋନା ଭାଇରସକୁ ନେଇ ମଙ୍ଗଳବାର ରୋହିତ ଟ୍ୱିଟ୍ କରି କହିଛନ୍ତି, ଆମ ଦେଶକୁ ପୁଣି ଥରେ ଆଗଭଳି ଛିଡା କରିବାର ଆବଶ୍ୟକତା ରହିଛି, ଯାହା ଆମର ଦାୟିତ୍ୱ ।

ତେବେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୪୫ ଲକ୍ଷ ଟଙ୍କା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା, ଫିଡିଙ୍ଗ ଇଣ୍ଡିଆକୁ ୫ ଲକ୍ଷ ଏବଂ ୱେଲଫେୟାର ଅଫ୍ ସ୍ଟ୍ରେ ଡଗ୍ସକୁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି ରୋହିତ । କରୋନା ମୁକାବିଲା ପାଇଁ ଏହି ସବୁ ପାଣ୍ଠିକୁ ମୋଟ୍ ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି ‘ହିଟମ୍ୟାନ୍’ ରୋହିତ ଶର୍ମା ।