ରୋହିତଙ୍କ ରେକର୍ଡ ବର୍ଷା । ଇତିହାସ ରଚିଲେ ‘ହିଟ୍ ମ୍ୟାନ୍’, ଗୋଟିଏ ବିଶ୍ୱକପରେ ମାରିଲେ ୫ଟି ଶତକ ।

2,660

କନକ ବ୍ୟୁରୋ : କ୍ରିକେଟ୍ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କଲେ ହିଟ୍ ମ୍ୟାନ୍ । ବିଶ୍ୱରେକର୍ଡ ରଚିଲେ ରୋହିତ ଶର୍ମା । ଲିଡ୍ସରେ ଖେଳାଯାଉଥିବା ବିଶ୍ୱକପର ୪୪ତମ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା । ଚଳିତ ବିଶ୍ୱକପରେ ମୋଟ୍ ୫ଟି ଶତକ ହାସଲ କରିଛନ୍ତି ରୋହିତ । ପୂର୍ବରୁ ୨୦୧୫ ବିଶ୍ୱକପରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ୪ଟି ଶତକ ହାସଲ କରିଥିଲେ । ତେବେ ଏହି ରେକର୍ଡ ହାସଲ କରିବାରେ ରୋହିତ ପ୍ରଥମ ଭାରତୀୟ ହୋଇଥିବା ବେଳେ ପ୍ରଥମ ଆନ୍ତର୍ଜାତୀୟ ଖେଳାଳୀ ଭାବେ ସେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ।

ଅନ୍ୟପଟେ ଚଳିଚ ବିଶ୍ୱକପରେ ବ୍ୟକ୍ତିଗତ ସର୍ବାଧିକ ସ୍କୋର ତାଲିକାର ଶୀର୍ଷରେ ରହିଛନ୍ତି ରୋହିତ ଶର୍ମା । ସେମି-ଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଟିମ୍ ଇଣ୍ଡିଆ ଆଜି ଲିଗ୍ ପର୍ଯ୍ୟାୟରେ ନିଜ ଶେଷ ମ୍ୟାଚ ଖେଳୁଛି । ଶ୍ରୀଲଙ୍କା ବିପକ୍ଷରେ ୨୬୫ ରନର ଟାର୍ଗେଟକୁ ପିଛା କରି ବ୍ୟାଟିଂ ଜାରି ରଖିଛି ଭାରତ । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଦମଦାର ବ୍ୟାଟିଂ ପ୍ରଦର୍ଶନ ଜାରି ରଖିଛନ୍ତି । ଗୋଟିଏ ହେଲେ ବି ୱିକେଟ୍ ନହରାଇ ବିଜୟ ଆଡକୁ ଅଗ୍ରସର ହେଉଛି ଭାରତ ।