କନକ ବ୍ୟୁରୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହେବ ଟି-୨୦ ସିରିଜ । ଟି-୨୦ ରାଙ୍କିଙ୍ଗରେ ୧ ନମ୍ବର ସ୍ଥାନ ହାସଲ କରି ସରିଥିବା ଟିମ ଇଣ୍ଡିଆ ପାଖରେ ବିଜୟ ଧାରା ଜାରି ରଖିବାକୁ ପୁଣି ସୁଯୋଗ ରହିଛି । ସେହିପରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପାଖରେ ବି ଏହି ସିରିଜରେ ଏକ ନୂଆ ରେକର୍ଡ କରିବାର ସୁଯୋଗ ରହିଛି ।

Advertisment

ରୋହିତ ଶର୍ମା ଯଦି ଏହି ସିରିଜରେ ୧୨ଟି ଛକା ମାରିଦିଅନ୍ତି ତେବେ ସେ ଟି-୨୦ରେ ସବୁଠାରୁ ଅଧିକ ଛକା ମାରିଥିବା ଖେଳାଳି ହୋଇପାରିବେ । ରୋହିତ ଶର୍ମାଙ୍କ ନାଁରେ ଏବେ ଟି-୨୦ ୧୫୪ ଛକା ମାରିବାର ରେକର୍ଡ ରହିଛି । ତାଙ୍କ ଉପରେ ମାର୍ଟିନ ଗପ୍ଟିଲ ୧୬୫ ଛକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି । ତେଣୁ ଏହି ରେକର୍ଡର ସମକକ୍ଷ କରିବା ପାଇଁ ତାଙ୍କୁ ୧୧ ଛକାର ଆବଶ୍ୟକତା ରହିଛି । ସେହିପରି ୧୨ଟି ଛକା ମାରି ସେ ଏହି ରେକର୍ଡକୁ ନିଜ ନାଁରେ କରିପାରିବେ ।

ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ଛକା
ମାର୍ଟିନ ଗପ୍ଟିଲ(ନ୍ୟୁଜିଲାଣ୍ଡ)- ୧୧୨ ମ୍ୟାଚ, ୧୬୫ ଛକା
ରୋହିତ ଶର୍ମା(ଭାରତ)- ୧୨୨ ମ୍ୟାଚ, ୧୫୪ ଛକା
କ୍ରିସ ଗେଲ (ୱେଷ୍ଟଇଣ୍ଡିଜ)- ୭୯ ମ୍ୟାଚ, ୧୨୪ ଛକା
ଇୟନ ମୋର୍ଗାନ(ଇଂଲଣ୍ଡ)- ୧୧୫ ମ୍ୟାଚ, ୧୨୦ ଛକା
ଆରୋନ ଫିଞ୍ଚ (ଅଷ୍ଟ୍ରେଲିଆ)- ୮୮ ମ୍ୟାଚ, ୧୧୩ ଛକା

ରୋହିତ ଶର୍ମା କେବଳ ଛକାରେ ନୁହେଁ ଟି-୨୦ରେ ସର୍ବାଧିକ ରନ କରିବାର ରେକର୍ଡ ବି ନିଜ ନାଁରେ କରିପାରନ୍ତି । ଏହି ଲିଷ୍ଟରେ ମାର୍ଟିନ ଗପ୍ଟିଲ ୩୨୯୯ ରନ କରି ୧ ନମ୍ବରରେ ରହିଥିବାବେଳେ ୩୨୯୬ ରନ କରି ବିରାଟ ଦ୍ୱିତୀୟରେ ରହିଛନ୍ତି । ସେହିପରି ତାଙ୍କ ପଛକୁ ରୋହିତ ଶର୍ମା ୩୨୬୩ ରନ କରି ତୃତୀୟରେ ରହିଛନ୍ତି । ବିରାଟ କୋହଲି ଟି-୨୦ରେ ବିଶ୍ରାମ ନେଇଥିବା ବେଳେ ରୋହିତଙ୍କୁ ମାତ୍ର ୩୭ ରନର ଆବଶ୍ୟକତା ରହିଛି ଏହି ରେକର୍ଡକୁ ପୂରା କରିବା ପାଇଁ ।

ମାର୍ଟିନ ଗପ୍ଟିଲ(ନ୍ୟୁଜିଲାଣ୍ଡ)- ୧୧୨ ମ୍ୟାଚ, ୩୨୯୯ ରନ
ବିରାଟ କୋହଲି(ଭାରତ)- ୯୭ ମ୍ୟାଚ, ୩୨୯୬ ରନ
ରୋହିତ ଶର୍ମା(ଭାରତ)- ୧୨୨ ମ୍ୟାଚ, ୩୨୬୩ ରନ
ପର୍ଲ ଷ୍ଟଲିଙ୍ଗ(ଆୟର୍ଲାଣ୍ଡ)-୧୦୦ ମ୍ୟାଚ ୨୭୫୮ ରନ
ଆରୋନ ଫିଞ୍ଚ (ଅଷ୍ଟ୍ରେଲିଆ)- ୮୮ ମ୍ୟାଚ, ୨୬୮୬ ରନ