କନକ ବ୍ୟୁରୋ: ବିଶ୍ୱକପ ୨୦୨୩ରେ ଧମାଲ କରୁଛନ୍ତି ଟିମ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମା । ଆଜି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ଆଉ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ ପୂରା କରିବାରେ ସଫଳ ହୋଇଛନ୍ତି । ଏହି ଉପଲବ୍ଧି ହାସଲ କରିବାରେ ସେ ହେଉଛନ୍ତି ୫ମ ଭାରତୀୟ ।
୪୭୭ ଇଂନିସ ଖେଳି ସେ ୧୮ ହଜାର ରନ ପୂରା କରିଛନ୍ତି । ଏହି ମାଇଲଖୁଣ୍ଟ ଛୁଇଁବାକୁ ତାଙ୍କୁ ମାତ୍ର ୪୭ ରନର ଆବଶ୍ୟକତା ରହିଥିଲା । ରୋହିତଙ୍କ ପୂର୍ବରୁ ଏହି ରୋକର୍ଡ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଓ ବିରାଟ କୋହଲିଙ୍କ ନାଁରେ ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/Rohit-Shar1697040515690.jpg)