କନକ ବ୍ୟୁରୋ: ଟିମ୍ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଫିଟନେସ୍ ଟେଷ୍ଟରେ ପାସ୍ ହେଲେ ଦଳର ଅଧିନାୟକ ତଥା ଓପନର୍ ରୋହିତ ଶର୍ମା । ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପୂର୍ବରୁ ରୋହିତ ଫିଟ୍ ହେବା ଏବେ ଚୟନକର୍ତ୍ତାଙ୍କୁ ଆଶ୍ୱସ୍ତି ଦେଇଛି ।
ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା ହେବାର ଅଛି । ଆଉ ଏହା ପୂର୍ବରୁ ରୋହିତ ନିଜର ଫିଟନେସ୍ ଟେଷ୍ଟ ଦେଇଥିଲେ । ତେବେ ମିଳିଥିବା ସୂଚନା ମୁତାବକ, ରୋହିତ ଏହି ଫିଟନେସ୍ ଟେଷ୍ଟରେ ପାସ୍ କରିବା ସହିତ ଚୟନକର୍ତ୍ତାଙ୍କ ସହ ଟିମ୍ ସିଲେକ୍ସନ୍ ମିଟିଂରେ ମଧ୍ୟ ସାମିଲ ହେବେ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପୂର୍ବରୁ ରୋହିତ ଆହତ ହୋଇ ଦଳରୁ ବାଦ୍ ପଡିଥିଲେ । ଏହାପରେ ସେ ବାଙ୍ଗାଲୁରୁ ସ୍ଥିତ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀକୁ ଯାଇ ସେଠାରେ ଅଭ୍ୟାସ ଚଳାଇଥିଲେ । ତେବେ ଏବେ ସେ ଫିଟନେସ୍ ଟେଷ୍ଟ ପାସ କରିବା ସହିତ ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଦଳର ନେତୃତ୍ୱ ନେବା ପକ୍କା ହୋଇଛି ।
ଫେବୃଆରୀ ମାସରେ ଭାରତ ୱେଷ୍ଟଇଣ୍ଡିଜ୍ ଭିତରେ ଦିନିକିଆ ସିରିଜ୍ ଖେଳାଯିବାକୁ ଅଛି । ଆଉ ଏହି ସିରିଜରେ ପ୍ରଥମ କରି ରୋହିତ ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ଦାୟିତ୍ୱ ନେବେ । ତେବେ ସୂଚନା ମୁତାବକ ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ ରୋହିତଙ୍କୁ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ପଦ ଦିଆଯାଇଛି । ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଆହତ ହୋଇ ବାଦ୍ ପଡିବା ପରେ ଏବେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରୁ ନିଜର ଅଧିନାୟକ ଅଭିଯାନ ଆରମ୍ଭ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/20-32.jpg)