ଯଦି ବିଶ୍ୱକପ୍ ଜିତିବାର ଅଛି ତେବେ ଆଇପିଏଲ ଖେଳିବା ଛାଡି ଦିଅ । ରୋହିତଙ୍କ ପିଲାବେଳ କୋଚ୍ ଦେଲେ ବଡ ବୟାନ ।

424

କନକ ବ୍ୟୁରୋ :ଟି-୨୦ ବିଶ୍ୱକପର ସେମିଫାଇନାଲରୁ ଟିମ୍ ଇଣ୍ଡିଆ ବିଦାୟ ନେବା ପରେ ଭାରତୀୟ ଦଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ରୋହିତଙ୍କ ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏପରିକି କିଛି କ୍ରିକେଟପ୍ରେମୀ ଟି-୨୦ ଅଧିନାୟକ ପଦ ରୋହିତ ଛାଡି ଦିଅନ୍ତୁ ବୋଲି ଅପିଲ କରିଛନ୍ତି । ଆଉ ଏସବୁ ଭିତରେ ରୋହିତଙ୍କ ପିଲାବେଳର କୋଚ୍ ଦିନେଶ ଲାଡ କହିଛନ୍ତି ଯଦି ଭାରତୀୟ ଟିମକୁ ୨୦୨୩ ବିଶ୍ୱକପ୍ ଜିତିବାର ଅଛି ତେବେ ଆଇପିଏଲରୁ ଦୂରେଇ ରହିବାକୁ ପଡିବ ।

ଦିନେଶ ଲାଡ କହିଛନ୍ତି ଗତ ୭ରୁ ୮ ମାସ ମଧ୍ୟରେ ଟିମ ସ୍ଥିର ହୋଇ ରହିନାହିଁ । ତେଣୁ ଯଦି ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରିବାକୁ ହେଲେ ଟିମକୁ ଏକଜୁଟ୍ ହୋଇ ଆଗକୁ ବଢିବାର ଆବଶ୍ୟକତା ରହିଛି । ଗତ ୭ ମାସ ମଧ୍ୟରେ ଓପନିଂ ସ୍ଲଟରେ ବାରମ୍ବାର ପରିବର୍ତ୍ତନ ହେଉଥିବା ବେଳେ ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହା ଦର୍ଶାଉଛି ଟିମ୍ ଅଦୌ ସ୍ଥିର ନୁହେଁ । ୱାର୍କଲୋଡକୁ ବାହାନା କରି ଖେଳାଳୀ ନିଜ ମୁଣ୍ଡ ଉପରୁ ଦୋଷ ଖସାଇ ପାରିବେ ନାହିଁ । ବିଶ୍ୱରେ ସମସ୍ତେ ନିୟମିତ କ୍ରିକେଟ ଖେଳୁଛନ୍ତି । ଯଦି ୱାର୍କଲୋଡ ଅଧିକ ହେଉଛି ତେବେ ଆଇପିଏଲ ନ ଖେଳିବା ହିଁ ଭଲ । ଆଇପିଏଲ ଖେଳିବା ଅପେକ୍ଷା ଅନ୍ତଜାର୍ତୀୟ ମ୍ୟାଚରେ ଭାଗ ନେବା ଜରୁରୀ । କାରଣ ଅନ୍ତର୍ଜାତୀୟ କ୍ରିକେଟ ସହ ଆଦୌ ବୁଝାମଣା କରିବା ଉଚିତ୍ ନୁହେଁ ।  ତେବେ ରୋହିତଙ୍କୁ ନେଇ ଦିନେଶ ଲାଡ କହିଛନ୍ତି, ଆଇପିଏଲରୁ ନିଜର ନାଁ ପ୍ରତ୍ୟାହାର କରିବା ଉଚିତ୍ କି ନୁହେଁ ତାହା ନିଜେ ନିଷ୍ପତ୍ତି ନେବା ଉଚିତ୍ ।