କାର୍ ପ୍ରେମୀ ରୋହିତ । ଜାଣନ୍ତୁ ହିଟ୍ ମ୍ୟାନଙ୍କ ପାଖରେ ଅଛି କେଉଁ କେଉଁ ଗାଡ଼ି ।

କାର୍ ପ୍ରେମୀ ରୋହିତ । ଜାଣନ୍ତୁ ହିଟ୍ ମ୍ୟାନଙ୍କ ପାଖରେ ଅଛି କେଉଁ କେଉଁ ଗାଡ଼ି ।

କନକ ବ୍ୟୁରୋ : ସବୁ ଫର୍ମାଟରେ ଟିମ ଇଣ୍ଡିଆର କ୍ୟାପଟେନ ବନିଥିବା ରୋହିତ ଶର୍ମା ଏବେ ଖବରର ଚର୍ଚ୍ଚାରେ । କ୍ୟାପଟେନ ରୋହିତ ଶର୍ମା ନିକଟରେ ଲାମ୍ବରଗିନି ୟୁରସ୍ ଗାଡି କିଣିଛନ୍ତି । ଯାହାର ଦାମ ୩ କୋଟି ୧୦ ଲକ୍ଷରୁ ଅଧିକ ହେବ । ତେବେ ରୋହିତ ଶର୍ମା ଗାଡିର ବହୁତ ସୌକିନ ବୋଲି କୁହାଯାଏ । ତାଙ୍କ ପାଖରେ ଅନେକ ଗାଡିର କଲେକସନ ରହିଛି ।

ରୋହିତଙ୍କ ପାଖରେ ପ୍ରାୟ ୭ କୋଟି ଟଙ୍କାର ଗାଡି ରହିଛି । ନିକଟରେ ରୋହିତ ଶର୍ମା ନିଜର ଗାଡି କଲେକସନରେ ସବୁଠୁ ଦାମି ଗାଡିକୁ ସାମିଲ କରିଛନ୍ତି । ଯାହାର ନା ହେଉଛି ଲାମ୍ବରଗିନି ୟୁରସ । ଖାସ କଥା ଏହା କି ଲାମ୍ବରଗିନର ରଙ୍ଗ ଟିମ ଇଣ୍ଡିଆର ଜର୍ସି ସହିତ ମିଶୁଛି । ଅର୍ଥାତ ଲାମ୍ବରଗିନିର ରଙ୍ଗ ହେଉଛି ନୀଳ । ରୋହିତ ଶର୍ମା ନିଜ ଗାଡିରେ କିଛି ଫିଚରର୍ସ ମଧ୍ୟ ସଂଯୋଗ କରିଛନ୍ତି । ଯାହା ତାଙ୍କର ପସନ୍ଦର ଅଟେ । ଲାମ୍ବରଗିନି ବ୍ୟତିତ ରୋହିତଙ୍କର କାର କଲେକସନରେ ବିଏମଡବ୍ଲୁ ଏମ ଫାଇଭ, ମର୍ସିଡିଜ ଜିଏଲଏସ ୩୫୦ ଡି ଅଛି । ବିଏମଡବ୍ଲୁର ଦାମ ୧ କୋଟି ୫୫ ଲକ୍ଷ ଏବଂ ମର୍ସିଡିଜର ଦାମ ୧.୦୫ କୋଟି ଅଟେ । ଏହି ୩ଟି କାର ବ୍ୟତୀତ ରୋହିତଙ୍କ ପାଖରେ ବିଏମଡବ୍ଲୁ ଏକ୍ସ ଥ୍ରୀ, ଟୋୟୋଟା ଫରଚୁନର, ସ୍କୋଡା ଲାରା ମଧ୍ୟ ରହିଛି । ବିଏମଡବ୍ଲୁ ଏକ୍ସ ଥ୍ରୀର ଦାମ ୫୬.୫୦ ଲକ୍ଷ ଟଙ୍କା ଅଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe