ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ: ରୋହିତ ଶର୍ମା ହେଲେ ଅଧିନାୟକ, ଏହି ନୂଆ ଖେଳାଳିଙ୍କୁ ମିଳିଲା ସୁଯୋଗ

273

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଏଥିରେ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଛି । ସେହିପରି ଲୋକେଶ ରାହୁଲ ଉପ ଅଧିନାୟକ ଦାୟିତ୍ୱରେ ରହିଛନ୍ତି । ଏହି ସିରିଜରେ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି ।

ଆଇପିଏଲରେ କମାଲ କରିଥିବା ଋତୁରାଜ ଗାଏକ୍ୱାର୍ଡ, ଭେଙ୍କଟେଶ ଆୟର, ଆଭେସ ଖାନ ଓ ହର୍ଷଲ ପଟେଲଙ୍କୁ ସ୍ଥାନ ମିଳିଛି । ସେହିପରି ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ବୁମରା ଓ ମହମ୍ମଦ ସାମିଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି ।

୧୭ ନଭେମ୍ବରରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଖେଳିବ ଭାରତ । ସେହିପରି ଦ୍ୱିତୀୟ ଦ୍ୱିତୀୟ ଟି-୨- ୧୯ ଓ ତୃତୀୟ ଟି-୨୦ ମ୍ୟାଚ ୨୧ ନଭେମ୍ବରରେ ଖେଳାଯିବ । ଏହି ମ୍ୟାଚ ଜୟପୁର, ରାଞ୍ଚି ଓ କୋଲକାତାରେ ଖେଳାଯିବ ।

ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ-ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶ୍ରେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ରିଷବ ପନ୍ତ, ଇଶାନ କିଶ. ଭେଙ୍କଟେଶ ଆୟାର, ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନୀ, ଅକ୍ଷର ପଟେଲ, ଅଭେଶ ଖାନ୍, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ, ମହମ୍ମଦ ସିରାଜ ।