ରୋହିତଙ୍କ ଆଉ ଏକ ରେକର୍ଡ ! ଦିନିକିଆ କ୍ରିକେଟରେ ପୂରଣ କଲେ ୮ ହଜାର ରନ୍ ।

114

କନକ ବ୍ୟୁରୋ : ଦିନିକିଆ କ୍ରିକେଟରେ ଆଉ ଏକ କୀର୍ତିମାନ୍ ହାସଲ କରିଛନ୍ତି ଭାରତର ଭାଇସ କ୍ୟାପଟେନ୍ ରୋହିତ ଶର୍ମା । ଦିନିକିଆ କ୍ରିକେଟରେ ୮ ହଜାର ରନ୍ କ୍ଲବରେ ସାମିଲ୍ ହୋଇଛନ୍ତି ରୋହିତ । ସେ ୨୦୬ ଟି ଦିନିକିଆରୁ ଏହି ସଫଳତା ହାସଲ କରିଛନ୍ତି । ଫଳରେ ତୃତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଭାବେ ରୋହିତ ଶର୍ମା ଏହି ସଫଳତା ହାସଲ କରିଛନ୍ତି । ତେବେ ପୂର୍ବତନ ଭାରତୀୟ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ରୋହିତଶର୍ମା ସମାନ ୨୦୬ ଟି ଦିନିକିଆ ଖେଳି ଏହି ସଫଳତା ହାସଲ କରିଛନ୍ତି ।

ରୋହିତଙ୍କ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ୧୭୫ ଟି ଇନିଂସ ଖେଳି ଏହି ସଫଳତା ହାସଲ କରିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ୧୮୨ ଇନିଂସରୁ ଦିନିକିଆରେ ୮୦୦୦ ରନ୍ ପୂରଣ କରି ଏହି କ୍ଲବର ସଦସ୍ୟ ହୋଇସାରିଛନ୍ତି । ରୋହିତ ଶର୍ମା ନିଜର ୨୦୬ ଦିନିକିଆରୁ ୨୨ଟି ଶତକ, ୪୧ଟି ଅର୍ଧଶତକ ସହାୟତାରେ ୮ ହଜାର ୧୦ ରନ୍ ସ୍କୋର କରିଛନ୍ତି । ତେବେ ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ଦିଲ୍ଲୀରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ରୋହିତ ଶର୍ମା ।