କନକ ବ୍ୟୁରୋ: ଚଳିତ ମାସ ଶେଷ ଆଡକୁ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍ ଓ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ତେବେ ଉଭୟ ଟି-୨୦ ଓ ଟେଷ୍ଟ ଦଳର ଅଧିନାୟକ ପଦ ରୋହିତ ଶର୍ମାଙ୍କୁ ଦିଆଯାଇଛି । ଅନ୍ୟପଟେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବିରାଟ କୋହଲି, ରିଷଭ ପନ୍ତ ଓ ସାର୍ଦ୍ଦୁଲ ଠାକୁରଙ୍କୁ ବିଶ୍ରାମ ଦିଆଯାଇଛି । ଟେଷ୍ଟ ଦଳରୁ ସାର୍ଦ୍ଦୁଲ ଠାକୁର, ଚିତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ବିଶ୍ରାମ ଦିଆଯାଇଛି ।
ମୁଖ୍ୟ ଚୟନକର୍ତ୍ତାଙ୍କ ଚେତନ ଶର୍ମା ଅପରାହ୍ନ ୪ଟାବେଳେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ଶ୍ରୀଲଙ୍କା ବିପକ୍ଷ ଟିମ୍ ଘୋଷଣା ହୋଇଥିଲା । ତେବେ ନଜର ପକାନ୍ତୁ, ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳ –
ରୋହିତ ଶର୍ମା (ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଇଷାନ କିଷାନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟାର, ଭେଙ୍କଟେଶ ଆୟାର, ଦୀପକ ହୁଡ୍ଡା, ଜଶପ୍ରୀତ ବୁମରା (ଉପ-ଅଧିନାୟକ), ଭୁବନେଶ୍ୱର କୁମାର, ଦୀପକ ଚହର, ମହମ୍ମଦ ସିରାଜ, ହର୍ଷଲ ପଟେଲ, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ରବି ବିଶ୍ନୋଇ, କୁଲଦୀପ ଯାଦବ, ଆଭେସ ଖାନ
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ
ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପାଞ୍ଚାଲ, ବିରାଟ କୋହଲି, ଶ୍ରେୟାସ ଆୟାର, ହନୁମା ବିହାରୀ, ଶୁଭମନ ଗିଲ୍, ରିଷଭ ପନ୍ତ, କେ ଏସ ଭରତ, ଆର୍ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ସୌରଭ କୁମାର ।
Rohit Sharma appointed Test captain for the upcoming Sri Lanka series; Ajinkya Rahane and Cheteshwar Pujara dropped from the Test series against Sri Lanka
(file pic) pic.twitter.com/wHBe3HYwUL
— ANI (@ANI) February 19, 2022
ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ସହ ଟି-୨୦ ସିରିଜ୍ ଖେଳୁଛି । ଯେଉଁଥିରେ ରୋହିତ ବାହିନୀ ଏବେ ସୁଦ୍ଧା ୨-୦ରେ ଆଗୁଆ ଅଛି । ତୃତୀୟ ଟି-୨୦ ମ୍ୟାଚ୍ ଫେବୃଆରୀ ୨୦ରେ ଖେଳାଯିବାକୁ ଥିବାବେଳେ, ଏହାପରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଟେଷ୍ଟ ସିରିଜ୍ ଆରମ୍ଭ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/44-1.jpg)